Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anam Charan Sahoo

Others

5.0  

Anam Charan Sahoo

Others

ଚାରା ନୁହେଁ

ଚାରା ନୁହେଁ

1 min
208


ଚାରା ନୁହେଁ ଏତ ସନ୍ତାନ ମୋହର

ଯତନେ କରିବି ବଡ

ବିଶ୍ବବାସୀଙ୍କର ସେବା ସେ କରିବ

ଆସୁ ଯେତେ ଝଞ୍ଜା ଝଡ ।

ମାଟି, ବାୟୁ, ଜଳ ସୂରୁଜ ଉତ୍ତାପ

ଅଟଇ ଏହାର ବଳ

ଗାଈଗୋରୁଙ୍କର ନ ଲାଗୁ ନଜର

ସୁଖେ ବଢୁ ମହୀତଳ ।

ପତ୍ର, ଫୁଲ, ଫଳ ଯୋଗାଏ ସକଳ

କରେ ନାହିଁ ଅଭିମାନ

ପ୍ରତି ବଦଳରେ କିଛି ସେ ନଚାହେଁ

ହୃଦୟ କପଟ ହୀନ ।

କିଛି ନ ହେଲେ ବି ଯୋଗାଇବ ଛାଇ

କରିବନି କେବେ ଦୂର

ଜଗତ ହିତରେ ଜୀବନ ବିତାଏ

ଗଲେ ଯାଉ ତା'ର ଶିର ।


Rate this content
Log in