Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Priyabrata Mohanty

Inspirational Others

2  

Priyabrata Mohanty

Inspirational Others

ଚାଲିବ ଗାଡି ଜାଣିଲେ ରୁଡ଼ି

ଚାଲିବ ଗାଡି ଜାଣିଲେ ରୁଡ଼ି

1 min
213


ବାର ମହଣ ଘିଅ ହୋଇବ,

        ରାଧିକା ନାଚିବ,

ଇଛା ଯେବେ ଘୋଡ଼ା ହୋଇବେ,

        ଭିକାରୀ ଚଢ଼ିବ !!


ଉଠିଲା ଗଛ ପତ ରୁ ଜଣା,

        ନୀତି ପ୍ରକୃତିର,

ନେତାଙ୍କ କଥା ପାଣିରେ ଗାର,

        ଅଟନ୍ତି ଟାଉଟର !!


ତେଲିୟା ମୁଣ୍ଡେ ତେଲ ମାରନ୍ତି,

        ଭୁଲି ନିଜ ଜ୍ଞାନ,

ଗାଁ କନିଆଁ ସିଙ୍ଗାଣି ନାକୀ,

        ନପାଏ ସମ୍ମାନ !!


ଅନ୍ଧକି ଜାଣିବ ଦର୍ପଣ ମୂଲ,

        ଜୀବନ ଅନ୍ଧାର,

ଗାଁ ଶୁକରି କି ହୋଇବ ଗାଈ,

        ଖାଇ ଲବଣି ସର !!


ନଈ ନ ଦେଖୁଁ ନହୁଏ ଲଙ୍ଗଳା,

        ଭବିଷ୍ୟ ଅସ୍ଥିର,

ହାତେ ମାପି ଚାଖଣ୍ଡେ ଚାଲ,

        ନିୟମ କଳିଯୁଗର !!


Rate this content
Log in

Similar oriya poem from Inspirational