ଇଶ୍ୱର ଙ୍କୁ ଖୋଜିବା
ଇଶ୍ୱର ଙ୍କୁ ଖୋଜିବା


ହୃଦୟ ସାମ୍ରାଜ୍ୟେ ସ୍ୱପ୍ନର ସମ୍ଭାର
ଆତ୍ମାର କୋଣରେ ଖୋଜେ ମୁ ତୁମକୁ
କେବଳ ତୁମକୁ....
ଅବଶ୍ୟ ଜୀବନ ହେବ ଅତୀତ
ସ୍ମୃତି ହେବେ ଅଣାୟତ୍ତ
କିଛି ଦୃଶ୍ୟ ହେବନି ଅଦୃଶ୍ୟ
ଧୁମ୍ର ଆକାଶର ବାଦଲ ଭିତରେ
ଖୋଜିବି ତୁମକୁ କେବଳ ତୁମକୁ
ଭୂତ ଭବିଷ୍ୟ ବର୍ତ୍ତମାନ
ଦିନ ପରେ ଦିନ
ବର୍ଷପରେ ବର୍ଷ ଖେଳ ସରିଯାଏ
ନାମ ଲିଭିଯାଏ, ଲୁଚିଯାଏ ତମାମ୍
ବିଷାଦ ଓ ହର୍ଷ
ତଥାପି ଖୋଜେ ମୁ ତୁମକୁ
କେବଳ ତୁମକୁ....