Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Nrusingha Narayan Tripathy

Inspirational Others

4  

Nrusingha Narayan Tripathy

Inspirational Others

ଚାକିରି ବୟସ

ଚାକିରି ବୟସ

1 min
276



ଲାଗେ ମୋତେ କାବା ଶୁଣି ଏହି କଥା

ଚାକିରି ବୟସ ସୀମା

ଧନ୍ୟ ସରକାର ଏ କଣ ବିଚାର

ଇଚ୍ଛା ଥାଇ କାମ ମନା l


ଅବସର ନେବା ବୟସ ଷାଠିଏ

ବତିଶ ଚାକିରି ସୀମା

ପାରେନା ବୁଝିତ ପରେଯେ ବତିଶ 

ଅଯୋଗ୍ୟତା ପ୍ରତାରଣା l


ଚାକିରି ପାଇଲେ ଆରାମେ ରହିଲେ

ଦରମାଟା ଶେଷେ ପକା

ଯୋଗ୍ୟତା ଥାଇକି ଏକ ଚାକିରୀରେ

ସର୍ବଦା ମନରେ ରକା l


ଚାକିରି ପାଇଁକି ସର୍ବୋଚ୍ଚ ବୟସ

ନିହାତିକି ଆବଶ୍ୟକ

ବାରେ ଚିନ୍ତା କର ଚାକିରି ନ ପାଇ

ଯୋଗ୍ୟ ହୁଏ ବାସୀ ପୋକ l


ଚାକିରି ପାଇଁକି ନିମ୍ନ ବୟସଟି

ସ୍ଥିରୀକୃତ ଗ୍ରହଣୀୟ

ସର୍ବୋଚ୍ଚ ବୟସ ପରିହାର ହେଉ

ସଭିଙ୍କୁ ମିଳୁଯେ ନ୍ୟାୟ l


ଆଶା କରୁଅଛି ଜାଗରଣ ହେଉ

ବେକାରୀ ମନର କୋହ

ସରକାର ତୁମେ ପ୍ରତ୍ୟାହାର କର

ସର୍ବୋଚ୍ଚ ବୟସ ମୋହ l


Rate this content
Log in