Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binata Mohanta

Romance

3  

Binata Mohanta

Romance

ଚାହାଣି

ଚାହାଣି

1 min
165


ଆଖିର ଠାରକୁ ଆଖି ଜାଣି ଥାଏ

         ହୃଦୟ ଜାଣଇ ମନକଥା

ନିଦ ଆଣିଦିଏ ସପନର କଥା

        ମନ ବୁଝିଥାଏ ମନ ବ୍ୟଥା ।

ତୁମ ଚାହାଣି ତ କଥା କହି ଥାଏ

        ମୋ ନଜର ପଢି ନିଏ ସବୁ

ଛନ ଛନ ମନ ମନା କରିଯାଏ

        ଲାଜ କହେ କି ଉତ୍ତର ଦବୁ ।

ନୁଆଇଁ ମଥାକୁ,ଦେଖେ ମୁଁ କଣେଇ

         ହୃତପିଣ୍ଡର ବଢଇ ବେଗ

ଚାହାଣିରେ ତୁମ ବସିଭୂତ ହେଲି

         ପ୍ରେମ ଜାଲରେ ବାନ୍ଧିଲ ଆଗୋ ।

ଦୁହିଁଙ୍କର ଆଖି ଯେବେ ମିଶି ଯାଏ

          ତନମନେ ହୁଏ ଶିହରଣ

ତୁମ ଚାହାଣିରେ କି ଯାଦୁ ବୁଣିଲ

           ମୋ ମନ କରିନେଲ ହରଣ  ।

                   


Rate this content
Log in

Similar oriya poem from Romance