ବୟସର ଆୟୁଷ
ବୟସର ଆୟୁଷ
ପଛକୁ ବୁଲି ଚାହିଁଲେ
ଆଖିରେ ନାଚିଯାଏ
ସ୍ମୃତି ଶୈଶବର , ଛକାପଞ୍ଝା ସମୟ ଖେଳର
ଦୁଃଖ ସୁଖ ଭାଗ ବଣ୍ଟାର
ପଡ଼ି ଉଠି ଧୂଳି ଝାଡି ଆଗକୁ ବଢିବାର
ଆଜି କିନ୍ତୁ ସ୍ମୃତି ସହ ଛାଡ଼ି ଆସିଥିବା ଆୟୁଷ ମନେ ପଡେ
କେବେ ନଫେରି ପାଇବାର
ସାନ୍ତ୍ଵନା ନିଜକୁ ନିଜେ ଦେବାକୁ ପଡେ
ଆହା ଏମିତି ଧୀରେ ଧୀରେ ନିଷ୍ପ୍ରଭ ହୁଏ କି
ସମୟର ପାଦଚିହ୍ନ ।
ଅତୀତ ଭବିଷ୍ୟତ ମଧ୍ୟରେ
ଆଉଟୁ ପାଉଟୁ ହୁଏ ବର୍ତ୍ତମାନ
ଖୁବ୍ ଭାବିଚିନ୍ତି କାଟିବାକୁ ପଡେ ଜୀବନ
ନିର୍ଭୁଲ ହିସାବ ବୟସର
ପ୍ରଭାତ ରୁ ରାତ୍ରିର ଶେଷ ପ୍ରହର
ଭାବନାର ଅଥଳ ସମୁଦ୍ର ।
ଅନୁଭବିଟିଏ ଏ ଜୀବନ
ବୁଝିଯାଏ ବୟସର ବଢିବା
ବଢେ ନା କମି କମି ଯାଏ
ଆୟୁଷ ନୀରବି ଯାଏ
ମନ ମାନ ଅଭିମାନର ଉର୍ଦ୍ଧ୍ବରେ
ଖୁବ୍ ନିର୍ବିକାର ଚିରାଚରିତ ଢଙ୍ଗରେ
ବିଦାୟ ନିଏ ବୟସର ଆୟୁଷ ।