ବ୍ୟର୍ଥ ବିଳାପ(ଛଳନା)
ବ୍ୟର୍ଥ ବିଳାପ(ଛଳନା)
ମନ ଉପବନେ ଦଗ୍ଧ ଫୁଲ ବନ
ଆହତେ ବିଳପେ ଯେତେ,
ମଧୂପ ର ମନ ବୁଝିକି ପାରିବ
ଫୁଲର ଯନ୍ତ୍ରଣା କେତେ ।
ଫୁଳରୁ ଫୁଲକୁ ଉଡିଁ ବୁଲୁଥିବ
ଅମଡ଼ା ମାଡ଼ି ସେ ଯିବ,
ଛଳନାର ସ୍ପର୍ଶ ମଧୁର ଶବ୍ଦରେ
ଗୁଞ୍ଜନ ରେ ଭରି ଦେବ ।
ମନେ ଅଛି ଜଣେ ହୃଦରେ ଆନେକ
ପ୍ରେମ ବିତରିବ ଯେବେ,
ଶାଶ୍ଵତ ପବିତ୍ର ଅନାବିଳ ପ୍ରେମ
ପାଇ ପାରିବକି କେବେ ।
ନିଷ୍ପାପ କଳିକା ମନ ପ୍ରାଣ ଢାଳି
ଅନୁତାପେ ଜଳେ ଯେତେ,
ବିରହିଣୀ ହୋଇ ବିଶ୍ୱାସ ଭରମେ
ଝୁରି ମରୁ ଥିବ ସେତେ ।
ପ୍ରତାରଣା ମଧ୍ୟେ ଛଳନାର ଖେଳ
ରଙ୍ଗଭରିଯାଏ ଯେବେ,
ହୃଦୟ ଭାଙ୍ଗିଲେ ଆତ୍ମାକୁ ମାରିଲେ
ସୁଖ କି ମିଳିବ କେବେ ।
ପବିତ୍ର ପ୍ରେମ କୁ କଳଙ୍କିତ କଲେ
ଭ୍ରମର ର ମନ ନେଇ
ବିଶ୍ୱାସ ଭରସା ନିଶ୍ଚୟ ତୁଟିବ
ଉପେକ୍ଷା ର ସ୍ପର୍ଶ ପାଇ ।
ଭୂଳବୁଝା ମଣା ଉପରଦେଖଣା
ହେଉଥିବ ପ୍ରତିକ୍ଷଣେ,
ବାରମ୍ବାର ପରା ଆଘାତ ଦେଇଣ
ହସୁଥିବ ମନେ ମନେ ।