ବ୍ୟଂଗ କବିତା
ବ୍ୟଂଗ କବିତା
1 min
6.6K
ଚଳେଇ ନେଲେ ଚଳି ଯିବ ଯେ
ସବୁ ତ ଏଠି ଚଳେ
କିଏ ଶୋଉଛି ଭୋକ ଉପାସେ
କିଏ ଖାଉଛି ପୁଳେ।
ପୋଲିସ ଗଛ ଚଢୁଛି ସିନା
ଚୋର ଡେଉଁଚି ଡାଳେ
ଭୋଟର ପଛେ ଥାଉ ସ୍ବର୍ଗରେ
ଭୋଟ ପଡେ ବଳେ..
ଗରିବ ହେବା ଫେସନ ସିନା
ସୁବିଧା ନେବା ପାଇଁ
ମାଗଣା ହେଲେ ପିଚୁ ପିଅନ୍ତି
ନରକପୁର ଯାଇ।