Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Biswanath Nayak

Others

3  

Biswanath Nayak

Others

ବ୍ୟବଧାନ

ବ୍ୟବଧାନ

1 min
229



ମୋ ପାଖରେ ଅଛି ଆଜି

ଧନ ଆଉ ମାନ ସନମାନ

ମୋ ଚାରିପାଖେ ଅଛନ୍ତି

ପ୍ରିୟ ବନ୍ଧୁ ଆତ୍ମୀୟସ୍ଵଜନ। 

ସବୁ ଥାଇ ହାତପାଆନ୍ତାରେ

ବେଳେବେଳେ ମୋ ଭିତରେ

ଆସେ ଏକ ବିରାଟ ଶୂନ୍ୟତା,

ପ୍ରଚୁରତା ମଧ୍ୟରେ ନିସ୍ଵତା। 

କିଛି ଭଲ ଲାଗେନାହିଁ,

ସବୁଆଡେ ଖାଁ ଖାଁ ଲାଗେ। 

ମନବୀଣାର ତାରରୁ

ଭାସିଆସେ କରୁଣରାଗିଣୀ। 

ନିଜ ମନକୁ ପଚାରେ,

ଏତେ ପ୍ରଚୁରତା ମଧ୍ୟେ

ଦରିଦ୍ରତା ରହିଲା କେଉଁଠି?

ମନଠାରୁ ମିଳଇ ଉତ୍ତର

"ମୋ ଉପରେ ନାହିଁ ଯେଣୁ

ତୁମ ନିୟନ୍ତ୍ରଣ,

ଇନ୍ଦ୍ରିୟ ମାନଙ୍କ ହାତେ

ସାଜି କ୍ରୀଡ଼ନକ,

ଧାଇଁ ଏଆଡେ ସେଆଡେ

ଗୋଟାଏ ମୁଁ

ଆବଦ୍ଧ ଓ ପାର୍ଥିବ ଆନନ୍ଦ,

ପଞ୍ଜୁରୀ ଭିତରେ ଶୁଆ ଖାଇପିଇ,

ଘୋଷିଥିବା ରାମନାମ ଗାଇ 

ଆନନ୍ଦକୁ ସାଉଁଟିଲା ପରି।  

କିନ୍ତୁ ତୁମ ଆତ୍ମା ପକ୍ଷୀ,

ମୁକ୍ତ ଆଉ ଶାଶ୍ଵତ ଆନନ୍ଦ ପାଇଁ

ହୁଏ ଛଟପଟ। 

ଯାହା କିଣିହୁଏ ନାହିଁ

ଯେତେ ଦେଲେ ପାର୍ଥିବ ସମ୍ପଦ। 

ତେଣୁ ଏହି ବ୍ୟବଧାନ,

ବିରାଟ ଶୂନ୍ୟତା,

ପ୍ରଚୁରତା ମଧ୍ୟରେ ନିସ୍ଵତା। 

ଯଦି ତୁମର ରହିବ

ମୋ ଉପରେ ନିୟନ୍ତ୍ରଣ,

ତୁମେ ହେବ ମନଈଶ,

ପ୍ରକୃତ ମଣିଷ। 

ମୁଁ ଖୋଜିବି ତୁମସାଥେ ମିଶି

ମୁକ୍ତ ଆଉ ଶାଶ୍ଵତ ଆନନ୍ଦ। 

ନଥିବ ଏ ବ୍ୟବଧାନ

ନଥିବ ନିସ୍ଵତା,

ମନବୀଣାର ତାରରୁ

ସଦା ଭାସିଆସୁଥିବ

ଓଁ ଶାନ୍ତି, ଓଁ ଶାନ୍ତି

ମଧୁର ମୂର୍ଛନା। "



Rate this content
Log in