Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ବ୍ୟାସକବିଙ୍କ ପ୍ରତି

ବ୍ୟାସକବିଙ୍କ ପ୍ରତି

1 min
392


ଭାଷାନନ୍ଦିଘୋଷେ ଆହେ ସମର୍ଥ ସାରଥୀ

ଉତ୍କଳ ଭାଷାର ତୁମେ ମହା ସେନାପତି l


ଉତ୍କଳ ସାହିତ୍ୟାକାଶେ ତୁମେ ବେଦବ୍ୟାସ

ଉତ୍କଳ ପ୍ରାଣର ଭାଷା ସାହିତ୍ୟେ ପ୍ରକାଶ l


ଛଅ ମାଣ ଆଠ ଗୁଣ୍ଠ ରେବତୀରେ ବାର୍ତ୍ତା

ଶିକ୍ଷା, ସମାଜ ସଂସ୍କାର ରାଣ୍ଡି ପୁଅ ଅନ୍ତା l


ନବ୍ୟ ଶିକ୍ଷିତ ଗୋପାଳ ଚରିତ୍ର ସଂହାର

ପେଟେଣ୍ଟ ମେଡ଼ିସିନର ଝାଡ଼ୁର ପ୍ରହାର l


ଓଡ଼ିଆ ଭାଷା ଟି କାଳେ ସ୍ୱତନ୍ତର ନଏ

କାନ୍ତିଲାଲ ଭଟ୍ଟାଚାର୍ଯ୍ୟ ହାଏ,ହାଏ,ହାଏ l


ଧୁଳିଆ ବାବାର ସେହି ଚିମୁଟା ଚିଲମ

ମାମୁଁ,ଲଛମା,ଗାରୁଡ଼ି ମନ୍ତର କଲମ l


କି କହିବି ବ୍ୟାସ କବି ତୁମ୍ଭର କଳ୍ପନା

ଯେତେକହିଲେ ଅଳପ ହୋଇବଟି ସିନା l


ସର୍ଜନା ତୁମ୍ଭ ମଧୂରେ ସରଳେ ତରଳ

କରୁଣ,ପ୍ରଶାନ୍ତ,ହାସ୍ୟରସେ ଛଳଛଳ l


ସ୍ୱଭାବ ଉକ୍ତିରେ ମାତୃ ଭାଷା ବିମଣ୍ଡିତ

ଛତ୍ରେଛତ୍ରେ ମାତୃଭୂମି ପ୍ରେମ ପ୍ରକିର୍ତ୍ତୀତ l


ମହାଭାରତ ଓ ଗୀତା ପୁରାଣ ପ୍ରକାଶି

ଆହ୍ଲାଦିତ କରିଅଛ ନିଜ ଦେଶ ବାସୀ l


ଘଟଣା ବହୁଳ ତୁମ୍ଭ ସୁ ଦୀର୍ଘ ଜୀବନ

ପ୍ରଜାମେଳି ପାନ ଖିଆ ଉତ୍କଳ ଭ୍ରମଣ l


ଖାଣ୍ଟି ଓଡ଼ିଆରେ ତୁମ୍ଭ ସୃଜନୀ ନିଚୟ

ମୁଁ ହାଟବାହୁଡ଼ା ବ୍ୟଙ୍ଗେ କଲ ଜୟଜୟ l


ବ୍ୟାସ କବି ଫକୀର ମୋହନ ସେନାପତି

ଉତ୍କଳୀର ପ୍ରାଣପ୍ରୀୟ ପଦେ ମୋ ପ୍ରଣତି l


Rate this content
Log in

Similar oriya poem from Inspirational