ବ୍ୟାଧି, ବାଲ୍ୟ ବିବାହ
ବ୍ୟାଧି, ବାଲ୍ୟ ବିବାହ
ନାରୀଟିଏ, ମନ ସଦା ତାର ଗାଏ
ସ୍ନେହ ପ୍ରୀତିର ରାଗିଣୀ
ଇନ୍ଦ୍ରଧନୁ ରଙ୍ଗେ ତୋଳିବ ପରଦେଶୀ,
ତାର ନାଲିର ଓଢ଼ଣୀ ।
ବାଲ୍ୟ ବିବାହ ଏକ ସାମାଜିକ ବ୍ୟାଧି,
ମୋର ଏହି ଭାରତରେ
ନାରୀର ପ୍ରୀତିର ସ୍ପନ୍ଦନ ଭାଙ୍ଗି ଦିଏ
ଅଶିକ୍ଷା ଓ ଅନ୍ଧ ବିଶ୍ୱାସରେ ।
ବାଲ୍ୟ ବିବାହରେ ଅଶିକ୍ଷିତ ହୋଇ
ଝିଅଟିଏ ହୁଏ ଅନାଦର
ଅନ୍ଧବିଶ୍ୱାସରେ କେତେ କନ୍ୟା ବାଲ୍ୟ
ବିଧବାର ହୋଇଛନ୍ତି ଶିକାର ।
1929 ମସିହାରୁ ବାଲ୍ୟ ବିବାହ ବିରୁଦ୍ଧ
ଆଇନ ଲାଗୁ ହେଲା
ନରୋକିବାରେ, 2006 ରୁ ବାଲ୍ୟ ବିବାହ
ବିରୁଦ୍ଧ ନୂଆ ଆଇନ ଜାରି ହେଲା ।
ବାଲ୍ୟ ବିବାହ ଘଟୁ ଅଛି, ତେଣୁ କଡା
ଆଇନ ତ ଲାଗୁ ହୋଇଅଛି
ରକ୍ଷଣଶୀଳ ମନୋବୃତ୍ତି ଯୋଗୁଁ ତାହା
ଖାଲି ପୋଥିରେ ରହିଅଛି ।
ବାଲ୍ୟ ବିବାହ ଘଟୁଅଛି, ସେଥିପାଇଁ ଶିଶୁ
ମୃତ୍ୟୁ ହାର ବଢୁଛି ଦେଶରେ
ସେହି କୋମଳ କଳିକା କେବେ ହେବ ଆନନ୍ଦିନୀ
ଆମ ମହାନ୍ ଭାରତ ମଧ୍ୟରେ ।
ଅନ୍ଧତ୍ୱରେ ଦିଶୁଅଛି ତାର ସ୍ୱପ୍ନ ବହୁ
ଦୂର ଦିଗନ୍ତରେ
କେବେ ଉଦିତ ହେବ ଅଂଶୁମାନ, ଫୁଟିବ
ମଧୁବନ ମରୁ ପ୍ରାଙ୍ଗଣରେ ।
ଆଜି ପ୍ରତ୍ୟେକ ଭାରତୀୟଙ୍କୁ ସେହି ଆଶାର
କୋଣାର୍କକୁ ଗଢ଼ିବାକୁ ହେବ
ହେ ମୋର ଭଉଣୀ ଭାଇ, ରୋକିବା ବାଲ୍ୟ
ବିବାହ, ଶପଥ ନେବାକୁ ହେବ ।
ଆସ, ବାଲ୍ୟ ବିବାହକୁ ରୋକିବା ପାଇଁ କି
ଦୃଢ ପଦକ୍ଷେପ ନେବା
ଉପଯୁକ୍ତ ବୟସେ ବିବାହ କରିବା ପାଇଁ କି,
ଦୃଢ ସଚେତନତାର ପଦକ୍ଷେପ ନେବା ।