Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gangotri Priyadarshini

Abstract Tragedy Classics

3  

Gangotri Priyadarshini

Abstract Tragedy Classics

ବୁଝିବାକୁ ଚେଷ୍ଟା କର

ବୁଝିବାକୁ ଚେଷ୍ଟା କର

1 min
180



ତୁମେ କିନ୍ତୁ ବୁଝି ଯିବ 

ମାେ ନିରବତା ବୋଲି ଭାବୁଛି

ମୋର ଏ ବର୍ତମାନକୁ ଟିକେ 

ସଜାଡିବାରେ ଲାଗିଛି

ଅତୀତର ଅଳନ୍ଦୁ ଝାଡିବାରେ 

ଏବେ ମୋର ଅନେକ ସମୟ ବିତୁଛି

ଅଦୃଶ୍ୟ ଭବିଷ୍ୟ ଦୃଶ୍ୟପଟ୍ଟ 

ମାେ ଲକ୍ଷେ ସ୍ୱପ୍ନରେ ସାଇତୁଛି ।।


ଶବ୍ଦ କଳିକାର କୁହୁକ ମାୟାରୁ 

ମୁକୁଳି କେମିତି ମୁଁ ମରି ମରି ବଞ୍ଚିଛି 

ଝୁରିବା ଝରିବା ସବୁ 

ମୁଁ ତୁମଠୁ ହିଁ ତ ଶିଖିଛି

ପାଦ ଚଲା ବେଧଡକ ଯାତ୍ରାରେ 

ଆଶ୍ୱାସନାର ସନ୍ଧାନ ପାଇଛି

ତୁମେ କହୁ ନଥିଲ ବହୁତ କଷ୍ଟ ହେବ ? 

ସହଜ ଏ ଜୀବନ ବାଟ ଖୋଜି ପାଇଛି ।।


ଏଇତ ରଙ୍ଗ ତୂଳୀରେ 

ତୁମ କଥା କୁହା ଆଖି ଆଙ୍କି ବସିଛି

ତୁମଠୁ ଦୂରେଇ ଯିବାର 

ଅଭାବବୋଧରେ କେତେ ରାତି କାଟିଛି

ଶୁଣିଲେ ଶବ୍ଦ ସବୁ ମାେ ମୁହଁରୁ  

ମୋତେ ବୁଝିଯିବ ବୋଲି ମୁଁ ଭାବୁଛି

ପ୍ରାଣ ବିକଳ ହୁଏ ,ଗୁମୁରି କାନ୍ଦେ

ତୁମକୁ ଥରେ ଦେଖିବାକୁ ମୁଁ ଏକଥା ଏକା ଜାଣିଛି ।।



Rate this content
Log in

Similar oriya poem from Abstract