Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prakash ranjan Swain

Others

3  

Prakash ranjan Swain

Others

ବୁଝିବା ଟିକେ କଷ୍ଟ

ବୁଝିବା ଟିକେ କଷ୍ଟ

1 min
196


ସମୁଦ୍ର କୂଳରେ ଠିଆ ହୋଇ

ଛୋଟ ଛୋଟ ଲହରୀକୁ ଉପଭୋଗ କରିହୁଏ

ଆଉ ସେଇ ଲହରୀମାଳ ହୁଏତ 

ଆସି ଆମ ପାଦ ଛୁଇଁ ଚାଲିଯାଆନ୍ତି

ହେଲେ ସେଇ ଲହରୀ ଯେ କେବେ 

ଭୟଙ୍କର ରୂପ ନେଇ ସବୁ ନଷ୍ଟ କରିଦିଏ

ତାର ଆଭାସ କିଏ ପାଇଛି।


ବିଶାଳ ସାଗର ଗର୍ଭରେ ହୁଏତ

ସେଇ ଲହରୀ ହିଁ ସୃଷ୍ଟି ହୁଏ ନାହିଁ

ହେଲେ ତାର ଉତ୍ପତ୍ତି ସ୍ଥଳ ଯେ କେତେ ଭୟଙ୍କର

ଯିଏ ଦେଖିଛି ସିଏ ହିଁ ଜାଣିଛି।


ନୀଳ ସାଗରର ଛୋଟ ଢେଉମାଳ

ହୁଏତ ଗୋଟେ ସ୍ଵରରେ ସଙ୍ଗୀତ ଗାଆନ୍ତି

ହେଲେ ସେଇ ଢେଉର ଘୋର ଗର୍ଜନକୁ

ଯିଏ ବୁଝିଛି ସିଏ ହିଁ ଜାଣିଛି।


ମନରେ ପ୍ରେମ ଭରିଦେଉଥିବା

ଏଇ ଲହରୀ ମାଳ 

ମନକୁ ଶାନ୍ତ କରିଦେଉଥିବା 

ଏଇ ସାଗର କୂଳରେ ସନ୍ଧ୍ୟା ସମୟ

କେବେ ଯେ ନିଜେ ଅଶାନ୍ତ ହେଇଯାଏ

ବୁଝିବା ଟିକେ କଷ୍ଟ ହେଇଯାଏ।



Rate this content
Log in