Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanuja Meghamala

Others

4  

Sanuja Meghamala

Others

ବୁଝି ହେଉ ନ ଥିବା ସମ୍ପର୍କ

ବୁଝି ହେଉ ନ ଥିବା ସମ୍ପର୍କ

1 min
306


ସୁନ୍ଦର ମଧୁର ସମ୍ପର୍କଟେ

ଗଢି ଉଠିବା ପାଇଁ ଲୋଡ଼ା  

ମୁଠାଏ ବିଶ୍ୱାସ, ଟିକିଏ ଭରସା

 ସ୍ନେହ ପ୍ରେମ ମମତାର

 ପ୍ରତ୍ୟାଶା ବିହୀନ ବନ୍ଧନ ।

ସୁଖ ଦୁଃଖ ହସ ଲୁହ ପରି

ଯେତେ ସବୁ ତିକ୍ତ ମଧୁର

 ଅନୁଭବକୁ ନିଜର କରି

ସମାନ ଭାବେ ବାଣ୍ଟି ପାରୁଥିବା 

ଛଳ ଛଳ ନିର୍ମଳ ଦରଦୀ ଆତ୍ମାଟିଏ।


କିନ୍ତୁ ହାୟ ! ପାଇନି ସେମିତି

ବୁଝି ପାରୁଥିବା ଦରଦୀ ମନଟିଏ

ଖୋଲା ଆଖିରେ, ବନ୍ଦ ଆଖିରେ

ସ୍ୱପ୍ନରେ.. ବାସ୍ତବରେ

ରଙ୍ଗ ବଦଳାଉ ଥିବା ସମ୍ପର୍କକୁ

ବାରମ୍ବାର ପରଖି ଦେଖିଲି

ଅମାନିଆ ମନ ବୁଝିଲାନି

ମନକୁ ବୁଝେଇ ପାରିଲିନି ଯେ...।

ବିଶ୍ୱାସ, ଭରସା, ସ୍ନେହ, ପ୍ରେମ ବନ୍ଧନ

 ସବୁ ଦୁଷ୍ପ୍ରାପ୍ୟ, ଦୁର୍ମୂଲ୍ୟ ଆଜି

 ମିଳେ ନାହିଁ ଖୋଜିଲେ, ଲୋଡିଲେ

ହାଟରେ... ଘାଟରେ ..ବାଟରେ...

ହରେକ ମାଲର ପେଟରାରେ

ଦୋକାନର ରଙ୍ଗବେରଙ୍ଗ ଡବା,

 ଶିଶି କିମ୍ବା ମୁଦ ହୋଇଥିବା ଖୋଳରେ

 ନାମୀ ମଲମାନଙ୍କର ଟ୍ୟାଗ

 ଝୁଲୁଥିବା ଦାମୀ ଉପହାରରେ

ହୋଟେଲ, ରେଷ୍ଟୁରାଣ୍ଟ କି କଫି ସପରେ ।


ସମ୍ପର୍କକୁ କଣ ଆଉ ଆଗ ଭଳି ଲୋଡି ହୁଏ !!

ସେ ପରା ଏବେ ଅହଂକାର ଓ ଅବିଶ୍ୱାସର

 ଦ୍ୟୁତ କ୍ରୀଡାରେ ପରାଜିତ

ଛଳନାର ଜତୁ ଗୃହେ ବନ୍ଦୀ

ଆଖିରେ ଅନ୍ଧପୁଟୁଳି ବାନ୍ଧି

ଝରିଯାଏ ଅଭିମାନରେ

ଝରା ଶେଫାଳୀଟେ ପରି

ନିଃଶବ୍ଦ ରାତ୍ରିର ଗାଢ଼ ଅନ୍ଧକାରରେ

କେହି ବୁଝେ ନାହିଁ, ବୁଝିପାରେ ନାହିଁ

ବୁଝିବାକୁ ଚାହେଁ ନାହିଁ ସମ୍ପର୍କର ମୂଲ୍ୟ।



Rate this content
Log in