ବୁଝାମଣା
ବୁଝାମଣା
ବଡ଼ ଅଜବ ଏଇ ବୁଝାମଣା
ଶୈଶବର ସେଇ ତୁ ଖରାପ ମୁଁ ଭଲର ବୁଝାମଣା,
ତତେ ଲୁଚିଲୁଚି ଦେଖିବା ପୁଣି ପଚାରିଲେ
ନିରୀହ କଳିକା ହେବାର ବୁଝାମଣା।
କଲେଜରେ ସେଇ ଲେଡିବାର୍ଡ
ସାଇକେଲକୁ ଚାହିଁ ରହିବାର ପୁଲକତା,
ମନରେ ଅହେତୁକ ଅସ୍ଥିରତା
କେବେ ନଜର ପଡିଗଲେ "ନା ଏମିତି" ର ବୁଝାମଣା।
ମୁହଁରେ ଥିଲା ସିନା ସ୍ମିତହାସ୍ୟ
ମନର ଅନ୍ୟ ଏକ ଦୁର୍ବଳତା,
ପ୍ରକାଶ କରିବାକୁ କରି କୁଣ୍ଠାବୋଧ
ଶେଷରେ ଏ ହୃଦୟ ପ୍ରକାଶେ ତା ଆକୁଳତା।
ପୁଣି ଜୀବନେ ଆସିଲା ଆଉ ଏକ ପରିସ୍ଥିତି
ବୁଝାମଣାର ଅନ୍ୟ ଏକ ସ୍ଥିତି,
ବୟସ କୃଷ୍ଣଚୂଡ଼ା ଫୁଟିବା ଆଗରୁ ଗଲା ମଉଳି
ଯେବେ ତୁ କଲୁ "ମତେ ଭୁଲିଯାଅ" ବୋଲି ଅଳି।
ହଁ ସେ ସ୍ଥିତିକୁ ବି କଲି ଆପଣାର
ପୁଣି ଏ ମନ କହିଲା,
ଏ ଜୀବନେ ବା ଆଉ ରହିଲା କଣ?
ନିର୍ଭୟରେ ମୁଁ ଦେଲି ଉତ୍ତର
"ହେଲୁ କି ତୁ ବାଟବଣା
ଜିବନ ପରା ଏକ ଦୈତ ବୁଝାମଣା ।