STORYMIRROR

Arjuni charan Behera

Inspirational

3  

Arjuni charan Behera

Inspirational

ବୁଢାଶଙ୍ଖାରି ମୁଁ ବୁଢ଼ାଶଙ୍ଖାରି

ବୁଢାଶଙ୍ଖାରି ମୁଁ ବୁଢ଼ାଶଙ୍ଖାରି

1 min
194


ବୁଢ଼ାଶଙ୍ଖାରି ମୁଁ ବୁଢ଼ାଶଙ୍ଖାରି l

    ଶଙ୍ଖା ଗଢ଼ିଅଛି ଯତନକରି ll


ଘର ମୋ କଚେରୀ ଭଦରଖିଆ l

   ମୁଣ୍ଡେ ମୁଣ୍ଡାଇଛି ଶଙ୍ଖା ପାଛିଆ ll


ଜାତି ଜାତି ଶଙ୍ଖା ଏକକୁ ଆର l

   ଅଙ୍ଗ ବଙ୍ଗ କଳିଙ୍ଗରେ ଆଦର ll


ଶଙ୍ଖା କିଏ ନେବ ଶଙ୍ଖା କେ ନେବ l

  ମନକୁ ଘେନିଲେ ପାଉଣା ଦେବ ll


ଆସ ଆସ ମୋର ମାଆ ମାଉସୀ l

   ଶଙ୍ଖା ପିନ୍ଧାଇଵି ହାତରେ କଷି ll


ନାଲି ନେଳି ମୁକ୍ତା ରଙ୍ଗ ନାରଙ୍ଗୀ l

  କୁନ୍ଦପକା ଫୁଲ ହାତୀ କୁରଙ୍ଗୀ ll


ଶଙ୍ଖାକୁ ମୋହର ଉପମା ନାହିଁ l

 ଗୋପେ ପିନ୍ଧିଛନ୍ତି ଯଶୋଦା ଦେଇ ll


ଆସୁଅଛି ରଜ ପରବ ପରା l

   ମୁଣ୍ଡଫଟା ବଇଶାଖିଆ ଖରା ll


ଏପାଖେ ପର୍ବତ ସେପାଖେ ନଈ l

 &n

bsp;ମାଆ ମୋ କହିଛି ସେଇଠି ଥାଇ ll


ବୁଢ଼ା ପୁଅ ମୋର ସୁନାଟା ପରା l

  ଶଙ୍ଖା ଆଣିଦେବୁ ଆସମାନ ତାରା ll


ଶିଥିଳ ଗୋଡ଼ ମୋ ପାକୁଆ ପାଟି l

  ମାଆକୁ ମୋର କି ପାରିବି ଭେଟି ll


ଠୁକୁରୁ ଠୁକୁରୁ ଚାଲିରେ ଯାଇ l

   କି କହିବି ଫଟା କପାଳ ଭାଇ ll


ଦକା ମନ ମୋର ପାପ ଆଶଙ୍କା l

  ଭାଙ୍ଗିଯାଇଛି ମୋ ମାଆର ଶଙ୍ଖା ll


କି କରିବି ଆଉ ଏ ଶଙ୍ଖା ଝୁଡ଼ି l

   ଏହିଠାରେ ଦେଉଅଛି କଚାଡ଼ି ll


ବୁଢ଼ା ଶଙ୍ଖାରି ମୁଁ ବୁଢ଼ା ଶଙ୍ଖାରି l

  ହୀନକପାଳେ ମୋ ଥିଲା ଏପରି ll


ସାହିତ୍ୟ ରସିକ ଭାବୁକ ଭାଇ l

  ଶଙ୍ଖାଝୁଡ଼ି ମୋର ରଖିବ ନେଇ ll


ଉତ୍କଳ ସାହିତ୍ୟେ ଯତନ କରି l

   ବୁଢ଼ାଶଙ୍ଖାରି ମୁଁ ବୁଢ଼ାଶଙ୍ଖାରି ll



Rate this content
Log in

Similar oriya poem from Inspirational