ବସନ୍ତ
ବସନ୍ତ
ବସନ୍ତ ହେ ତୁମେ ଆସିବ ବୋଲି ମୁଁ
ସଜାଇ ହେଉଛି ଏତେ।
ନବ କିଶଳୟ ମଧୁର ମଳୟ
ବିଭୋର କରୁଛି ମତେ।
ବସନ୍ତ ହେ ତୁମେ ଆସିବ ବୋଲି ମୁଁ ସଜାଇ ହେଉଛି ଏତେ।
ଶିମୁଳି ପଳାସ ଅଧରରେ ନାଲି
ଦେହରେ ବଉଳ ବାସ୍ନା ଦେଲା ବୋଳି।
କୋଇଲିର କୁହୁ କୁହୁ ବିତାନରେ
ମକରନ୍ଦ ଦିଏ ଘୋଳି।
ବସନ୍ତ ହେ ତୁମେ ଆସିବ ବୋଲି ମୁଁ ଓଢଣା ଦେଇଛି ଖୋଲି।
ଝରଣା ଗାଉଛି କୁଳୁ କୁଳୁ ସୁରେ
ମହୁଲର ବସ୍ନା ଖେଳେ ସମୀରରେ।
ରଙ୍ଗିନ କୁସୁମେ ଦୋଳାୟିତ ଲତା
ଭ୍ରମରର ଗୁଞ୍ଜନରେ।
ବସନ୍ତ ହେ ତୁମେ ଆସିବ ବୋଲି ମୁଁ ବସିଅଛି ଅପେକ୍ଷାରେ।