ବରୁଥିନି ଏକାଦଶୀ
ବରୁଥିନି ଏକାଦଶୀ
ପାଣ୍ତବ ଶ୍ରେଷ୍ଠ ପଚାରନ୍ତି ପ୍ରଶ୍ନ
କୁହ ହେ ମଧୁସୂଦନ
ବରୁଥିନି ଏକାଦଶୀର ମହତ୍ତ୍ୱ
ଏହାର ଅଛିକି ବିଧାନ ।
କୁହନ୍ତି ବୁଝାଇ ଦେବକୀ ନନ୍ଦନ
ଶୁଣ ରାଜା ଯୁଧିଷ୍ଠିର
ବୈଶାଖ ମାସର କୃଷ୍ଣ ପକ୍ଷରେ
ଏହି ବ୍ରତଟି ଶ୍ରେଷ୍ଠତର ।
ମୋକ୍ଷର କରଣ ଏହି ଏକାଦଶୀ
ମହାପୁଣ୍ୟ ଫଳ ମିଳେ
ଇହକାଳ ଆଉ ପରକାଳରେ
ସୌଭାଗ୍ୟ ପ୍ରାପ୍ତ ହୁଏ ।
ଅନେକ ରାଜା ଏହି ଏକାଦଶୀ
କରି ପାଇଥିଲେ ପୁଣ୍ୟ
ଧନ ଧାନ୍ୟ ଦାନ ପ୍ରଜାବତ୍ସଳ ରାଜା
ହୋଇଥିଲେ ଦିନେ ଧନ୍ୟ ।
ଘୋଡାଦାନ ଭୂମିଦାନ ତିଳଦାନ
ଆଉ ଅବା ଅନ୍ନଦାନ
ପିତୃ ପୁରୁଷଙ୍କ ଶାନ୍ତି କାମନାରେ
ହୋଇଥାଏ ମୂଲ୍ୟବାନ ।
ଲୋଭ ମୋହେ ପଡି କରି କନ୍ୟା ଦାନ
ଯେ କରିଥାଏ ଭକ୍ଷଣ
ପୂର୍ବ ଜନ୍ମ ବେଳେ ବିରାଡି ରୂପରେ
ହୋଇଥାଏ ସିଏ ଜନ୍ମ ।
କନ୍ୟାକୁ ସୁନ୍ଦର ଆଭୂଷଣରେ ସାଜି
କରନ୍ତି ଯିଏ
ବିଦାୟ
ପାପ ତାପ ଦୁଃଖୁ ମହାପୁଣ୍ୟ ଫଳ
ମିଳିଥାଏ ଯେ ନିଶ୍ଚୟ ।
ପୁରାଣେ ବର୍ଣ୍ଣିତ ରାଜାଙ୍କର ଗାଥା
ରାଜା ଥିଲେ ମାନଧାତା
ପ୍ରଜାବତ୍ସଳ ବୈଷ୍ଣବ ଧର୍ମି ଅଟନ୍ତି
ପାଆନ୍ତି କେତେ ମାନ୍ୟତା ।
ସର୍ବ ସୁଖମୟ ଜ୍ଞାନୀ ଗୁଣୀ ଠାରେ
ସବୁଠାରେ ବିଦ୍ୟମାନ
ସମୟ କ୍ରମରେ ଇଚ୍ଛା ହେଲା ତାଙ୍କ
ତପସ୍ୟାରେ ହେଲେ ଲୀନ ।
ଘୋର ବନ ମଧ୍ୟେ ତପସ୍ୟା ସମୟେ
ହିଂସ୍ର କଲା ଆକ୍ରମଣ
ଘୋଷାରି ନେଇକି କ୍ଷତ କରିଦେଲା
ରକ୍ଷା କଲେ ମଧୁସୂଦନ ।
ପୂର୍ବ ଜନ୍ମ ଫଳ ପାଇଲେ ରାଜନ
ସୂଚିତ କରିଲେ ହରି
ମଥୁରାକୁ ଯାଇ ବରାହ ପୂଜା କରି
ପାପରୁ ହୋଇବ ପାରି ।
ପ୍ରଭୁଙ୍କ ଆଦେଶ କଲା ପୂଜା ଧ୍ୟାନ
ନିୟମ ନିତିକୁ ମାନି
ବରୁଥିନି ଏକାଦଶୀ ଫଳ ସ୍ୱରୂପ
ଫେରି ପାଇଲେ ସକୁ କିଛି ।
ଧନ ଧାନ୍ୟ ମାନ୍ୟ ରୂପର ଆଦର
ଥିଲା ବୋଲି ଗଣା ହେଲେ
ବରୁଥିନି ଏକାଦଶୀର ମହତ୍ତ୍ୱ
ମୋକ୍ଷ ପ୍ରାପ୍ତି ତ ପାଇଲେ ।