ବର୍ଷାର ସ୍ମୃତି
ବର୍ଷାର ସ୍ମୃତି
ଉଦାର ମେଘର ଅଚାନକ ଧାର
ଶୋଷିଲା ପ୍ରାଣ ଥରାଏ,
ବର୍ଷିବାର ଶେଷ ଯାହା ଅବଶୋଷ
ସର୍ବହରା ସେ କରାଏ ।
ଅପନ୍ତରା ଭୂଇଁ ବୁଝିକି ପାରଇ
ମେଘର ତାଣ୍ଡବ ଦୃଶ୍ୟ,
ସଦା ନିର୍ବିକାର ବାଆ କି ବତାସୀ
ଶୋଷ କିବା ଅବଶୋଷ ।
ନିର୍ଲିପ୍ତ ଭାବର ଅଳସ ସନ୍ଧ୍ୟାରେ
ଶୀତଳତା ସ୍ପର୍ଶେ ତାର,
ଭିଜା ଶିହରଣ ତନୁ ମନତାରେ
ସବୁଜିମା ପାର୍ବଣର ।
ମନ ମରୁଭୂମି ବେଳା ତଟ ଦେଇ
ଯେବେ ମେଘ ଛୁଇଁଯାଏ,
ଉଦାର ପଣତା ସାନିଧ୍ୟତା ନେଇ
ସ୍ବପ୍ନ କୋଳେ ରାତ୍ରିପାହେ ।