ବର୍ଷାର ଫେରିବା ପ୍ରତୀକ୍ଷା
ବର୍ଷାର ଫେରିବା ପ୍ରତୀକ୍ଷା
ଶବ୍ଦ ତ ହଜେନି,
ନୀରବତା ଖୋଜେ
ଶବ୍ଦକୁ
କବି ,ତୁମ ଆକାଶ
ଯେ ନୀରବ,
କୁହ ତ,
ଆକାଶ
ଯେ ଆଉ କେତେ
ହୋ ହାଲ୍ଲାଗୁଲ୍ଲା
କରିଥାନ୍ତ,
ଆସିଛି,
ବର୍ଷା-ଅନାମିକା ବୋଲି,
ବର୍ଷା-ପଥର ପାଞ୍ଚାଳି
ଦେବସେନା, ଯାଜ୍ଞାସେନୀ ପାରେନା ଛାଡି
ମାଟିର ମାୟା
ହେଲାଣି, ପାଗଳି ପ୍ରାୟ ନୀରାବତାକୁ ଆପଣାଇ,
ନିଶିକାନ୍ତ ବିଚରା ଶିକାର ଚକ୍ରବ୍ୟୁହର
ଯିବା ରାସ୍ତା ତା ଲାଗି ତ ଖୋଲା,
ହେଲେ ଫେରିବା ଜାଣେ ନି ଯେ ସେ
କୁଆଡେ ପ୍ରେମପଥ ଏକମୁହାଁ,
ଯେତେବେଳେ
ବଢେ ସିନା ଦେହରେ ତାତି, ଖୋଜେ ଅନାମିକା ବର୍ଷା ନିଶିକାନ୍ତଙ୍କୁ ଆକାଶ ବକ୍ଷରେ,
କାନ୍ଦି ବାହୁନି ବାହୁନି
ମେଘ ଅଡ଼ୁଆଳେ,ଲୁଚି ଯାଏ,
ନିଶିକାନ୍ତ
କାଳେ, ବର୍ଷା-ଅନାମିକ ବିଜୁଳି ସହ ମିଶି
ଜାଳି ପୋଡ଼ିଦେଵ
ତା ଆକାଶ,
ତଥାପି,
ପ୍ରତୀକ୍ଷା-ଅନାମିକା-ବର୍ଷାର ଫେରିବା ବାଟର---------(ଶେଷ)
©®କାଶ୍ୟପ,ରାମ ପ୍ରସାଦ ବିଶୋଇ,