Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Alaka Dash

Others

3  

Alaka Dash

Others

ବର୍ଷାମନସ୍କ

ବର୍ଷାମନସ୍କ

1 min
148


ହେ !!!!ବର୍ଷା !ତୁମେ ଆସିଛ 

ମୌସୁମୀ ଅବଗାହନରେ 

ଭିଜି ଭିଜି ଭିଜାଅ ମୋତେ, 

ଭିଜି ବାକୁ ଭଲ ଲାଗେ, 

ଭଲ ଲାଗେ ତୁମର 

ରିମଝିମ ସୁର, 

ଟୁପୁରୁ ଟୁପୁରୁ ବାଜେଣି ନୁପୁର 

ତୁମର ମେଘ ମହ୍ଲାର ରାଗିଣୀ, 

ତୁମର ମିଠା ମିଠା ବର୍ଷା ଛିଟା, 

ତୁମର ଅଜସ୍ର ବର୍ଷା ଛିଟା, 

ଲାଗେ ମୋତେ 

ଅଜସ୍ର ପ୍ରିତୀ ଚୁମ୍ବନରେ 

ବରଷି ଯାଅ, ପରଷି ଦିଅ 

ମୋର ସର୍ବାଙ୍ଗରେ, 

ପ୍ରେମର ଚୁମ୍ବକରେ 

ମୁଁ ହଜି ଯାଏ ତୁମ ସାଥେ, 

ମଜ୍ଜି ଯାଏ ତୁମର ସମ୍ମୋହିତ 

ଅଙ୍ଗନରେ, ପ୍ରେମର ଉତ୍ତାଳ 

ତରଙ୍ଗରେ ମୁଁ ଭାସି ଯାଏ, 

ପ୍ରେମର ମାଦକତା 

ଆଣେ ଉନ୍ମାଦନା 

ମନ ଯମୁନା ତୀରେ 

ଶତ ଶତ କଦମ୍ବ ବନର 

ବାସ ଚହଟେ 

ମନ ଆକାଶରେ ଇନ୍ଦ୍ରଧନୁର 

ରଙ୍ଗ ବୁଣି ଯାଏ 

ମନ ଅଗଣାରେ ଫୁଲ ଜୁଆର 

ପ୍ରିତୀଫୁଲ ଦୋଳିରେ 

ଝୁଲେ ଭଅଁର 

ପୁଞ୍ଜା ପୁଞ୍ଜା ପ୍ରଜାପତି 

ଗାଆନ୍ତି ପ୍ରେମ ଗୀତି 

କୁଆଁରୀ ମନ ତଳେ 

ଅଜଣା ଅକୁହା 

ବେଦନାର ତାତି 

ସମୟ ସୁଅରେ 

ବର୍ଷାର ଅଗଣା 

ଝୁମି ଝୁମି ନାଚିବାକୁ 

ମନ କହେ 

ସାରା ଦୁନିଆଁକୁ 

କହି ଦେବାକୁ ଇଚ୍ଛା ହୁଏ 

ବର୍ଷା ମୋରି ପାଇଁ 

ଆସେ ଏ ଧରାକୁ 

ସେ ମୋର ସାଥୀ, !

ଚିର ସାଥୀ !!

ମୁଁ ତାର ପ୍ରେମ ଗୀତି ll



Rate this content
Log in