ବର୍ଷା
ବର୍ଷା


ବର୍ଷା ଝରୁଛି
ଅଗଣା, ବାରିପଟ ,ଦାଣ୍ଡଦୁଆରେ ସବୁଠି
ତା ଛିଟାରେ ଗାଇଗୁହାଳ, ଧାନ ଅମାର, ପିଣ୍ଡା ତଳ ସବୁ ଓଦା
ସେଇ ଛିଟା ପୁଣି ଲାଗିଯାଇଛି କଲମ ମୁନରେ
ସୁକୁଟା ମାଆ ଗାଲରେ ହାତ ଦେଇ ବସିଛି
କାଲି ଶୁଣିଥିଲା ତୁଫାନ ଆସିବ
କିଛି ନ ଶୁଣି ତା ମରଦ ବାହାରି ଯାଇଛି
ଗାଁ ଇସ୍କୁଲ ରେ ଗହଳି ଚହଳି
ପାଣି ଯଦି ଲକ୍ଷ୍ମଣ ରେଖା ଟପିଯାଏ
ଆଗକୁ ଆଉ କିଛି ଦିଶୁନି
ଖାଲି ପାଣି ପାଣି ଆଉ ପାଣି
ସତରେ କେତେ ଭୟଙ୍କର ଏ ବନ୍ୟାର ରୂପ
ସବୁଠି ନାହିଁ ନାହିଁ ର ଭଵ
ହଜିଲା ସ୍ୱପ୍ନ ଭିତରେ ଆଉ ଭାସି ଆସେ ନାହିଁ
ତତଲା ଭାତ ର ବାସ୍ନା
ପଖାଳ ହାଣ୍ଡି ବଢି ପାଣିରେ ଉବୁ ଟୁବୁ ।
ସଂଜ ହେଲେ ଗାଁ ଭିତର ଟା ଖାଁ ଖାଁ
ଅଭାବୀ ମୁହୂର୍ତ୍ତ ଟା ଚାହିଁ ବସେ ନୂଆ ଏକ ସକାଳକୁ
ଖୋଜିହୁଏ ମଣିଷ- ପଣିଆକୁ