Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Niranjan Mishra

Inspirational

4  

Niranjan Mishra

Inspirational

ବରଷା ରାଣୀ ଝରାଏ ପାଣି

ବରଷା ରାଣୀ ଝରାଏ ପାଣି

1 min
392


ବରଷା ରାଣୀ ଝରାଏ ପାଣି

ଅମୃତ ଝର ପରା 

ଆକାଶେ ଥିଲା ମେଘ ରୂପରେ

ଶୋଷିଥିଲା ଯା ଖରା ।


ବରଷ ସାରା ସୁରୁଜ ଶୋଷେ

ଖରା ରୂପରେ ପାଣି 

ମେଘ ବରଷା ହୁଅଇ ଯେବେ

ମେଘରୁ ଖସେ ପାଣି ।


କଳାମେଘର ଶାଢୀଟି ପିନ୍ଧି

ଆସେ ବରଷା ରାଣୀ

କଳାମେଘକୁ ଦେଖି ମୟୂର

ନାଚଇ ରଚି ଠାଣି  ।


ବରଷା ରାଣୀ ଝରାଏ ପାଣି

ପୂରଇ ନଇ ନାଳ 

ବହୁଳ ଯେବେ ବରଷା ହୁଏ

ବନ୍ୟା ହୁଅଇ କାଳ ।


ବରଷା ରାଣୀ ଆମ ମିତଣୀ

ଝରାଇ ଦେଇ ପାଣି 

ଶସ୍ଯ ଶ୍ୟାମଳା ଧରାକୁ କରେ

ହସେ ଧରଣୀ ରାଣୀ ।


ଭଳିକି ଭଳି କେତେ କୁସୁମ

ଗଛଲତାରେ ଫୁଟେ 

କି ମନୋହର ଦିଶଇ ଦେଖ

ସୁବାସ ତାର ଛୁଟେ ।


ବରଷା ରାଣୀ ଆସିବା କ୍ଷଣି

ବେଙ୍ଗରଜାଟି ରଡେ 

ନୀରବ ପିକ ହେଲାଣି ଏବେ

ବରଷା ଝରି ପଡେ ।


ବରଷା ରାଣୀ ଝରାଏ ପାଣି

ଭାସିଲା ପାଣି ଯେବେ 

ପିଲାଏ ଆସି କାଗଜ ଡଙ୍ଗା

ଭସାଇଲେଣି ତେବେ ।


ରାତି ବରଷା ମାଆ ପରଶା

ଲାଗଇ ଭାରି ଭଲ 

ବରଷା ରାଣୀ ଆସିଲା ବୋଲି

ପଦୁଅଁ କଲବଲ  ।


ଜୀବନ ତାର ଯାଉଛି ଚାଲି

ବରଷା ରାଣୀ ପାଇଁ 

ଜୀବନ ଆମେ ପାଉଛେ ଏଇ

ବରଷା ରାଣୀ ପାଇଁ ।


Rate this content
Log in

Similar oriya poem from Inspirational