ବର୍ଷା ଓ ପିଲାଦିନ
ବର୍ଷା ଓ ପିଲାଦିନ
ବର୍ଷା,
ତୋ ସହ ମୋର
ସମ୍ପର୍କ କଣ ମୁଁ ଜାଣିନି ,
ହେଲେ ତୁ ଜେବେ ଛୁଇଁ ଜାଉ ମାଟିକୁ
ମୁଁ ଭିଜି ହୁଏ ଗୋଟାପଣେ ଓଦା
ଅସରା ଅସରା ସ୍ମୁତିରେ
ଅତୀତଟା ଧସେଇ ପସି ଜାଏ
ମୋ ହ୍ରୁଦୟର ନିବୁକ କୋଠରୀକୁ
ଛାତିଟା କୋରି ହୋଇ ଜାଏ
ଦେହଟା ଥରି ଉଠେ,
ଏକ ଅବ୍ୟକ୍ତ ଜନ୍ତ୍ରଣାରେ l
ସମୟ ର ସ୍ରୋତ ରେ ଭାସି ଜାଇ ଥିବା
ଆପଣାର ମୁଁହ ସବୁ ନାଚି ଉଠେ
ଆଖି ସମନାରେ l
ମନେ ପଡ଼ିଜାଏ ମୋ ପିଲାଦିନ
ବର୍ଷା ହେଲେ ଖୁସିରେ ଉଛୁଳି ଉଠେ ମୋ ମନ
ଭିଜି ଭିଜି ବର୍ଷାରେ
କାଗଜର ଡଂଗା ମୁଁ ଭସାଏ ଗାଁ ଦାଂଡରେ
ନାଲି ଗୁରୁ ଗୁରୁ ସାଧବ ବୋହୁଟେ
ଦେଖିଵା ପାଇଁ
ଅପା ପଛେ ପଛେ ଜାଏ ମୁଁ ଧାଇଁ
କାଦୁଅରେ କେତେ ଖାଏ କଚଡା l
ବୋଉ ଖୋଜୁ ଥାଏ
ଏଣେ ତେଣେ ମୋତେ
ମୋତେ ମୁଁଂଢରେ ପଖିଆ ଦେଇ l
ମାଡ ଭୟରେ ଜେଜେ ମା ପଶଇ
ପଣତ କାନିରେ ପୋଛି ଦେଇ ମୋତେ
ଧନରେ ଦେହପା ଖରାପ ହୋଇବ
ଓଦା ଜମା ହଅ ନାହିଁ l
କେଡେ ଅନ୍ତରଙ୍ଗ ଅଭୁଲା ଅତୀତ
ଆଉ କେବେ ଫେରୁ ନାହିଁ
ବର୍ଷା ଫେରୁଛି ଖାଲି ତା ବାସନା ନେଇ
ମୋତେ ଦୁଃଖେ ଭିଜାଇବା ପାଇଁ l