Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanatan Das

Others

5.0  

Sanatan Das

Others

ବର୍ଷା ଆଉ ମୁଁ

ବର୍ଷା ଆଉ ମୁଁ

1 min
366



ବରଷି ଯାଉଛି କଳା ବାଦଲରୁ ଟପ୍ ଟପ୍ ପାଣି

ଶୀତେଇ ଉଠୁଛି ସାରା ଦେହ ।।

ଥିରି ଥିରି ପବନରେ କାନ କୁହା କଥା

ଶିହରାଇ ଦିଏ ତନୁ ମନ ।।

ଭାରି ମନେ ପଡୁଛ ତୁମେ

ବର୍ଷା ସନ୍ଧ୍ୟାର ମଳିନ ବେଳରେ ।।

ତୁମର ସେ ଭିଜା ପଣତ

ଭିଜାନୁ ଲମ୍ବିତ କେଶ

ସିକ୍ତ ନୟନ ଯୁଗଳ

ହୃଦୟରେ ବିଜୁଳି ମାରି ଚାଲିଯାଏ ।।

ଖାଲି ପାଦରେ ତୁମ ହାତ ଧରି

ତୁମ ସହ ଚାଲିବାର ମଜା

ପଛକୁ ପେଲିଦିଏ ସ୍ମୃତି ର କାଚ ଘରକୁ ।।

ଆଉ ଭାବିବାକୁ ବାଧ୍ୟ କରେ ସେଇ ବର୍ଷାରେ

ତୁମର ଚେହେରାକୁ,

ଯାହା ପାଇଁ ମୁଁ, ଆଜି ବି ଚାହିଁଛି

ଅପେକ୍ଷା କରି ତୁମର ଆଗମନକୁ।।


Rate this content
Log in