Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

SUJATA DAS

Romance

3  

SUJATA DAS

Romance

ବର୍ଷା ଆଉ କବି

ବର୍ଷା ଆଉ କବି

1 min
211


ଭିଜିଯାଅ କବି

   ଆଷାଢ଼ ବର୍ଷାରେ

      ହଜୁ ପରିଚୟ ତାର

ଲୁପ୍ତ ହୋଇଯାଉ

   ହୃଦୟ କୋଠିରୁ

      ତା ଲେଖା ପ୍ରୀତି  ସ୍ଵାକ୍ଷର.

ତୁମେ ପରା କବି

  ମରୁଭୂମି ପରେ

      ସୃଷ୍ଟିକର ପାରିଜାତ

ପ୍ରସ୍ତର ଦେହରେ

    ଦେଇ ଜୀବଦାନ

       ସ୍ପନ୍ଦନ କର ଜାଗ୍ରତ.

ତୁମେ କାରିଗର

   ନିହାଣ ମୁନରେ

      ଆଙ୍କିଦିଅ କେତେ   ଛବି

ଅକବିତା ସିଏ

   ଅଭିଶପ୍ତ ପୁଣି

      ହୁଏନି ଦେବତା ଲାଗି.

ଭିଜିଯାଅ କବି

   ବର୍ଷା ଅନୁରାଗେ

      ନିରୋଳାରେ ଶ୍ରାବଣ ରେ

ଲେଖ ନିତି ନୂଆ

   ପ୍ରୀତିର କବିତା

      ନୂତନ ପ୍ରଣୟ ସୂରେ.



Rate this content
Log in