ବର୍ଷ ୨୦୨୦
ବର୍ଷ ୨୦୨୦




ବିଦାୟ ଦେଉଛୁ ବର୍ଷ ୨୦୨୦ ତତେ
ସ୍ୱାଗତଂ କରୁ ବର୍ଷ ୨୦୨୧କୁ ହରଷେ।
ବର୍ଷ ୨୦୨୦ ଥିଲା ସଂଘର୍ଷର ବର୍ଷ
ପୁଣି ହୋଇଥିଲା କେତେ ସଂକଟର ପ୍ରକାଶ।
ବିଶ୍ୱମହମାରି କୋରଣାରେ ହୋଇଥିଲେ କବଳିତ
ଜୀବନକୁ ବଞ୍ଚାଇବା ପାଇଁ ଜୀବିକା ଯାଇଛି ସତ।
ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି
ପୁଣି ଲକଡାଉନ ଓ ଶଟଡାଉନରେ ଜୀବନ କଟିଛି।
ବିଶ୍ୱମହମାରି ଦେଲାତ ଅନେକ ଶିକ୍ଷା
ଘଡିସନ୍ଧି ମୁହୂର୍ତ୍ତରେ ହୋଇଲା ଅନେକ ପରୀକ୍ଷା।
ଏତିକି ଶିଖିଲେ କୋରନା ପାଖର
ଏ ବିଶ୍ୱଟା କେବଳ ନୁହେଁ ମଣିଷର।
ମନ ଯାହାହେବ ତାହା କରିହେବ ନାହିଁ
କେବଳ ସାହା ସେହି ଭାବଗ୍ରାହୀ।
ଆଜି ହସି ହସି ଦେଉ ପୁରୁଣା ବର୍ଷକୁ ବିଦାୟ
ସ୍ୱାଗତଂ କରୁ ନବ ବର୍ଷକୁ କିନ୍ତୁ ମନରେ ଅଛି ଭୟ।