Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Inspirational

3  

Prafulla Chandra Mishra

Inspirational

ବୋଉଲୋ ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି

ବୋଉଲୋ ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି

1 min
142



ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି,

ସପନ ଯେମିତି ସପନ ଭିତରେ

ଏମିତି ସମାଧି ନେଉଛି,

ବୋଉ ଲୋ ପଦ୍ମ ଘୁଞ୍ଚିଘୁଞ୍ଚି ଯାଊଛି ।


ସ୍ଵାଧିନ ପୂର୍ବରୁ ମହାତ୍ମା ଗାନ୍ଧି ଯେ

ରାମରାଜ୍ୟ ସ୍ଵପ୍ନ ବୁଣିଲେ

ଦିବା ସପନ କି ଥିଲା ସେ ସପନ

ଲାଗଇ ସେପରି ଭାବିଲେ

ଆଜିର ମାନବ ମନରେ ଅନେକ

ଭାବନା ଉଦ୍ରେକ ହେଉଛି

ବୋଉଲୋ ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି ।


ଆଜି ସ୍ଵେଚ୍ଛାଚାର ଅନୀତି ବେଭାର

ଭିତରେ ମଣିଷ ଅନେକ

ଯାତନା ତଡନା ପାଇବି ଚେତୁନି

ଜୀବନ ରେ କେତେ ଦୁଃଖ

ତଥାପି ଅବାଟେ ମଣିଷର ଗତି

ସେକଥା କୁ କିଏ ଭାବୁଛି

ବୋଉଲୋ ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି ।


ଅପମିଶ୍ରଣ ରେ ଖାଦ୍ୟ ପାଣି ପୁଣି

ଔଷଧ ବି ବାଦ୍ ଯାଉନି

ମଣିଷ ଲୋଭର ବଶବର୍ତ୍ତି ହୋଇ

ଧର୍ମ ଅଧର୍ମ ସେ ମାନୁନି

ରାମ ରାଜ୍ୟ ଏବେ କାହିଁ କେତେ ଦୂରେ

ଆଜିର ମଣିଷ ଭାବୁଛି

ବୋଉଲୋ ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି ।


ଅଖଣ୍ଡ ୟେ ଭ୍ରତଖଣ୍ଡ ଖଣ୍ଡଖଣ୍ଡ

ହୋଇ ଗଲା ସିନା ଆମର

ଅଖଣ୍ଡ ଭାରତ ଗଢିବା କୁ ଆଉ

ସାହସ ହେଉନି କାହାର

ଅଳସୁଆ ହୀନ ପ୍ରକୃତି ପ୍ରବୃତ୍ତି ମଣିଷ

ଏମିତି ପ୍ରଗତି କରୁଛି 

ବୋଉଲୋ ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି ।


Rate this content
Log in

Similar oriya poem from Inspirational