Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalpana Kumari Pradhan

Inspirational

3  

Kalpana Kumari Pradhan

Inspirational

ବୋଉ ପରସା

ବୋଉ ପରସା

1 min
150


ଥିଲି ଝିଅ ହେଲି ବୋହୂ

   ବଦଳି ଗଲା ପରିଚୟ

ଗଢ଼ିଲି ହାତେ ନୂଆଁ ସଂସାର

   ମନରୁ ତେଜି ଭୟ l


ପରକୁ ଆପଣା କରୁ କରୁ

  ନିଜକୁ ଗଲି ଭୁଲି

ବିତୁଥିଲା ସମୟ ଯାହାର ଦିନେ

  ହସି ଖେଳି ବୁଲି l


ପରିଚୟ ଗଢୁ ଗଢୁ ବୋହୁରୁ

    ହେଲିଣି ଆଜି ବୋଉ

ହସଖୁସିରେ ପୁରଇ ଘର

    ଆଶିଷ ସଦା ଥାଉ l


ହାତ ରାନ୍ଧଣା ଉଲ୍ଲାସେ ସର୍ବେ

  ଭୁଞ୍ଜନ୍ତି ନିଇତି ବସି

ଆତ୍ମ ସନ୍ତୋଷ ଭରଇ ମନେ

  ପରିବାର ହେଲେ ଖୁସି l


ଖୁସି ଭିତରେ ବେଳେ ବେଳେ

  ଭାଳଇ ମନ ମୋର

ବୋଉ ପରସା ସେଇ ଶରଧା

   ସମକେ ହେବ ତାର l


ଅମୃତ ପରାଏ ହାତରୁ ତା

   ସୁଧା କି ଝରେ

ସୁସ୍ୱାଦୁ ବ୍ୟଞ୍ଜନ ପରସି ଦିଏ

  ଘରକୁ ଯେବେ ଫେରେ l



Rate this content
Log in

Similar oriya poem from Inspirational