Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Maharana

Children

4.0  

Jayashree Maharana

Children

ବୋଉ ଲୋ ବୋଉ

ବୋଉ ଲୋ ବୋଉ

1 min
241


ବୋଉ ଲୋ ବୋଉ ସତ କହୁଛି

ହେବି ନାହିଁ ମୁଁ ଦୁଷ୍ଟ

ଭାଇ ଭଉଣୀ ମନରେ କେବେ

ଦେବି ନାହିଁ ମୁଁ କଷ୍ଟ ।


ବୋଉ ଲୋ ବୋଉ ମନ ଦେଇକି

ପଢିବି ନିତି ପାଠ

ଜୀବନେ କେବେ ଚାଲିବି ନାହିଁ

ମୁହିଁ ଅନ୍ୟାୟ ବାଟ ।


ବୋଉ ଲୋ ବୋଉ ଗୁରୁଜନଙ୍କୁ

କରିବି ସଦା ଭକ୍ତି

ଖୋଲମନରେ ଦେବାଦେବୀଙ୍କୁ

ପୂଜିବି ମଥାପାତି ।


ବୋଉ ଲୋ ବୋଉ ବହି ପତର

ସଜାଡି ରଖୁଥିବି

ଘରେ ଅଳିଆ ଦେଖିବି ଯଦି

ସଫେଇ କରିଦେବି ।


ବୋଉ ଲୋ ବୋଉ ବଡ଼ ହୋଇ ମୁଁ

ଭଲ ମଣିଷ ହେବି

ସାରା ରାଇଜେ ଦେଶ ଜାତିର

ଟେକ ମୁଁ ରଖିଦେବି ।


ବୋଉ ଲୋ ବୋଉ ଗୁରୁଜୀଙ୍କର

କଥା ଭୁଲିବି ନାହିଁ

ମାଟି ମାଆର ସେବା କରିବି 

ଜୀବନ ମୋର ଦେଇ ।


Rate this content
Log in