ବନଫୁଲ ମୁଁ ଯେ
ବନଫୁଲ ମୁଁ ଯେ
ବନଫୁଲ ମୁଁ ଯେ ବନେ ମହକିଲି
ମହକିଲି ନାହିଁ ମନେ
ମନକଥା ଖୋଲି କହିବାକୁ ଯାଇ
ଖୋଜି ନ ପାଇଲି ଜଣେ......... (1)
ଆଖିଲୁହ ସିନା ଆଖିରେ ମରିଲା
ଦହନ ଯେ ଲିଭେ ନାହିଁ
ସଂସାର ଭିତରେ ଅଭିନୟ କରି
ମିଛେ ସିନା ହାରେ ମୁହିଁ..... (2)
ସପନର ଭାଷା ସପନରେ ରହେ
ବନଫୁଲ କାନ୍ଦେ ବନେ
ମନର ଭାଷାକୁ ବୁଝିଲେନି କେହି
ମନକଥା ମରେ ମନେ..... (3)
କେତେ ଯେ କାହାକୁ ଆପଣାର କଲି
ନିଜର ବୋଲିବା ପାଇଁ
ସବୁରି ଆଖିରେ ଦୋଷୀଟିଏ ହୋଇ
ରହିଲି ମଉନ ହୋଇ..... (4)
ଆପଣାର ବୋଲି ଯାହାକୁ ଭାବିଲି
ମନକଥା କହିଦିଏ
ଭାରି ଅଭିମାନୀ ଅବୁଝା ସେ ଅତି
ବୁଝିବି ଅବୁଝା ହୁଏ..... (5)