Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sanjukta Rout

Inspirational

3  

Sanjukta Rout

Inspirational

ବନ୍ଧୁତାର ବନ୍ଧନ

ବନ୍ଧୁତାର ବନ୍ଧନ

1 min
410


ମନର ଅକୁହା ଅବ୍ୟକ୍ତ ଭାବନା

ବୁଝେ ଯଦି ଆନ ମନ

ହୃଦୟ ସାଥିରେ ହୃଦ ମିଶିଯାଏ

ବନ୍ଧୁତା ହୁଏ ସ୍ଥାପନ ୲

ଆତ୍ମୀୟତା ଆଉ ଆନ୍ତରିକତାରେ

ବନ୍ଧନ ହୁଏ ସୁଦୃଢ

ଭାଙ୍ଗେ ନାହିଁ କେବେ ସେ ମଧୁର ସେତୁ

ଆସିଲେ ଅଦିନ ଝଡ଼ ୲

ସ୍ଵାର୍ଥ ନଥାଏ ଟି ଯେଉଁ ସମ୍ପର୍କରେ

ମାଣିକ ଠୁଁ ମୂଲ୍ୟବାନ

ସେ ସମ୍ପର୍କ କେବେ ମଳିନ ପଡେନି

ଚିର ସେ ଜାଜୁଲ୍ୟମାନ ୲

ଦୁର୍ଦ୍ଦିନ ସମୟେ ଶ୍ମଶାନ ଘଟରେ

ଥାଏ ସଦା ପାଖେ ପାଖେ

ପ୍ରକୃତ ବନ୍ଧୁ ଯେ ବିପଦେ ଆପଦେ

ବନ୍ଧୁତ୍ଵର ମାନ ରଖେ ୲

ଆପଣା ଠାରୁ ବି ଅତି ଆପଣାର

ହୋଇଥାଏ ପରା ବନ୍ଧୁ

ଯୁଗେ ଯୁଗେ ତେଣୁ ବନ୍ଧୁତ୍ବ ବନ୍ଧନେ

ବନ୍ଧା ପରା କୃପାସିନ୍ଧୁ ୲


Rate this content
Log in