Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pabitra Sahu

Inspirational

3.9  

Pabitra Sahu

Inspirational

ବନ୍ଧୁତା

ବନ୍ଧୁତା

1 min
236



ଉତ୍ତମ ମାର୍ଗ ଦିଗଦର୍ଶନ କାରି

         ବାଲ୍ୟ କାଳରୁ ଶେଷଵେଳ ଯାଏ 

ମନୋଭାବ ଆଦାନ ପ୍ରଦାନ ପାଇଁ

         ଉତ୍ତମ ବନ୍ଧୁ ଦରକାର ହୁଏ । 

                

ବିପଦ ଆପଦ ରେ ହାତ ବଢ଼େଇ

        କାନ୍ଧକୁ କାନ୍ଧ ମିଳାଇ ଚାଲିବା

ସୁଖ ବେଳେ ଭାଗ ନେଇ ଦୁଃଖ ବେଳେ

        ସାଥେ ସାନ୍ତ୍ୱନା ପ୍ରଦାନ କରିବା। 

                       

ବନ୍ଧୁତାରେ ନଥାଏ ଜାତି ଭେଦ

        ନଥାଏ‌ ଉଚ୍ଚ ନୀଚ୍ଚ କୁବିଚାର

ନିର୍ମଳ ହୃଦରେ ଲାଗି ରହିଥାଏ

        ଅତୁଟ ବନ୍ଧନ ସ୍ନେହ ପ୍ରେମର। 

               

ସେ ପୁରାଣ ଯୁଗର ଶ୍ରେଷ୍ଠ ବନ୍ଧୁତ୍ୱ

        ଶ୍ରୀକୃଷ୍ଣ ସୁଦାମାଙ୍କ‌ ର ଚରିତ

କେତେ ସ୍ୱଚ୍ଛ ତାଙ୍କ ବନ୍ଧୁତା ର ଭାବ

        ଯୁଗ ଯୁଗ ଧରି ପରିଚିତ। 

                

ତାଙ୍କ ପରି ବନ୍ଧୁ ଯାହା ପାଖେ ଥିବ 

        ଲୋଡ଼ା ନାହିଁ କୁବେର‌ ସମ୍ପତ୍ତି,

ଲୋଡ଼ା ନାହିଁ ଜ୍ଞାତି କୁଟୁମ୍ବ ର ମୋହ

        ଜୀବ ପାଇଁ ଯିବ ମୋକ୍ଷ ପ୍ରାପ୍ତି। 



Rate this content
Log in