Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ବନ୍ଧୁ ପରି ବନ୍ଧୁଟିଏ

ବନ୍ଧୁ ପରି ବନ୍ଧୁଟିଏ

1 min
223



ପ୍ରିୟ ସାଥି ବନ୍ଧୁ ସୁଖ ପ୍ରଦାୟକ

ସମ୍ବେଦନ ସ୍ନେହଶୀଳ

ଦେଖିଦେଲେ ମୁହଁ ପ୍ରକୃତ ବନ୍ଧୁର

ମନ ହୁଏ ସୁଶୀତଳ ।


ପ୍ରସ୍ଫୁଟିତ ହୁଏ ହୃଦୟ ଆବେଗ

ସଦ୍ଭାବନା ସୁବିଶ୍ୱ।ସ

ଫୁଲ ପରି ଲାଗେ ମନଟି ହାଲୁକା

ମୁହଁରେ ଫୁଟଇ ହସ ।


ବିତଇ ସମୟ ହାସ୍ୟ କଉତୁକେ

ନିବିଡ଼ ଆତ୍ମବନ୍ଧନ

ଭାବ ଅନୁଭବେ ନିସ୍ୱ।ର୍ଥପରତା

ସାଧୁତା ବନ୍ଧୁ ଲକ୍ଷଣ ।


ଆପଦ ବିପଦେ ସୁଖ ଅବା ଦୁଃଖେ

ବନ୍ଧୁ ଦେଇଥାଏ ବଳ

ବନ୍ଧୁ ବିନା ଲାଗେ ସ°ସାର ଅସାର

ପ୍ରିୟ ବନ୍ଧୁ ଆପଣାର ।


ଆଶାର ଦ୍ୟୋତକ ପ୍ରାଣ ଉଦ୍ଦୀପକ

ବନ୍ଧୁତା ପ୍ରେମ ସୁନ୍ଦର

ହୃଦୟ ମନକୁ କରେ ଏକାକାର

ପର ହୁଏ ଆପଣାର ।


ବଢୁ ସୁସମ୍ପର୍କ ବନ୍ଧୁତା ଦିବସେ

ଆଖି ଖୋଜି ବୁଲୁଥାଏ

ଅହୋ ଭାଗ୍ୟବାନ ମଣ ଲାଭ କଲେ

ବନ୍ଧୁ ପରି ବନ୍ଧୁଟିଏ ।

  


Rate this content
Log in

Similar oriya poem from Inspirational