Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ବନ୍ଦେ ଉତ୍କଳ ଜନନୀ

ବନ୍ଦେ ଉତ୍କଳ ଜନନୀ

1 min
162


ଆନ ଭାଷା ସିନା କହୁଛି ଲେଖୁଛି

ମୋ ଓଡ଼ିଆକୁ କେବେ ଭୁଲିନି

ଓଡ଼ିଆ ବୋଲି ମୁଁ ଗରବେ ଗାଉଛି

ବନ୍ଦେ ମୋ ଉତ୍କଳ ଜନନୀ। 


ମୋ ଠାକୁର ପରା ଜଗତ ଠାକୁର

ଜଗନ୍ନାଥ ନାମେ ପୂଜିତ

ଧରମାର ଆତ୍ମବଳୀ ହଜିଯାଏ

ତଥାପି କୋଣାର୍କ ଜୀବିତ।

ଚନ୍ଦ୍ରଭାଗା ସିନା ଘୁଞ୍ଚି ଯାଇଛି

ନୀଳ ଲହରୀ ତା ଶୁଖିନି

ଓଡ଼ିଆ ବୋଲି ମୁଁ ।


ଇଂରାଜୀ ମାଧ୍ୟମ ବିଦ୍ୟାଳୟେ ଆଜି

କାଳିଆ ଘୋଡ଼ାଟି ହଜିଛି

ମଧୁ ବାରିଷ୍ଟର ସ୍ୱପ୍ନ ଛାଡ଼ି ଆଜି

ବିଦେଶ ସପନ ଘାରିଛି,

ତଥାପି ଓଡ଼ିଆ ଭାଷା ସଂସ୍କୃତିର

ମହକ ଏ ଯାଏଁ ହଜିନି

ଓଡ଼ିଆ ବୋଲି ମୁଁ ।


ଝଡ଼ ବାତ୍ୟା ବନ୍ୟା କପାଳ ଲିଖନ

ମେରୁଦଣ୍ଡ ନିତି ଭାଙ୍ଗୁଛି

ତଥାପି ଅଣ୍ଟା ମୁଁ ସଲଖି ଉଠିଛି

ଭଙ୍ଗା ଘର ପୁଣି ଗଢ଼ିଛି

ଆଶା ଅଗଣାରେ ସମ୍ଭାବନା ଜହ୍ନ

ଆକାଶରୁ କେବେ ହଜିନି

ଓଡ଼ିଆ ବୋଲି ମୁଁ ।


ଖଣି ଆଜି ବନ୍ଦୀ ମାଫିଆ ହାତରେ

ଶ୍ରମିକ ଦାଦନ ଖଟୁଛି

ନିଜ ଜମି ଆଜି ପଡ଼ିଆ ପଡ଼ିଛି

ଅର୍ଥ ରୋଜଗାର ଚାଲିଛି,

ପ୍ରତିଯୋଗିତାର ଏ ଭିଡ଼ ଭିତରେ

ତଥାପି ଓଡ଼ିଆ ହାରିନି

ଓଡ଼ିଆ ବୋଲି ମୁଁ ।


Rate this content
Log in

Similar oriya poem from Abstract