Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sambit Srikumar

Inspirational Others

4.3  

Sambit Srikumar

Inspirational Others

ବଜାର

ବଜାର

1 min
219



ସଅଁବାଳୁଆ ଉବାଚ:

କୁତ୍ସିତ କଦାକାର ମୋର

ପାର୍ଥିବ ବାହ୍ୟ କଳେବର

ଦେହର ଦେହଳୀ

ସ୍ପର୍ଶ କରିବା ତ ଥାଉ ବହୁ ଦୂର

ଦର୍ଶନ ମାତ୍ରକେ ମୋହର

ଏଇ ମଣିଷ ଘୃଣାରେ କରେ

ମୋତେ ଦୂର୍ ଦୂର୍ ମାର୍ ମାର୍!!

ଯେବେ ମୁଁ ସାଜେ କାଳ ବଳେ

ଚିତ୍ରିତ ପ୍ରଜାପତି ସପ୍ତ ରଙ୍ଗ ମାଖି

ଫୁଲେ ଫୁଲେ ଉଡି ବୁଲେ

ନ ମାନଇ ତିଳେ ଦିନରାତି

କୌଶଳରେ ବଶ କରିବାକୁ ମୋତେ

ଧାଏଁ ଏ ଚତୁର ସ୍ବାର୍ଥୀ ମଣିଷ ଜାତି!!

ରଙ୍ଗ ରୂପର ବଜାରରେ

ସଉଦା ଚାଲିଛି ନିତି

ଚହଟ ଚିକ୍କଣ ତନୁ

କିଣି ନେଉଛି ମତି

ରହିଲେ ଯେତେ ବାକି

ଗୋଦାମ ରଦ୍ଦି ଖଟନ୍ତି

ବେଠି ଜୀବନ ଯାକ ଏଠି!!

ଅନ୍ଧାରୀ ମୂଲକେ ଚାଲିଛି

ରୂପର ନିରବଛିନ୍ନ ରାଜୁତି

ସବୁ ମୋହ ମାୟା ତୁଟେ

ଗଲେ ପାହି ଘନଘୋର ରଜନୀ

ନିତ୍ଯ ନୂତନ ମାୟା

ରଚୁଥାଇ ରସିକା କାମିନୀ!!



Rate this content
Log in