Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sambit Srikumar

Abstract Classics Inspirational

4.3  

Sambit Srikumar

Abstract Classics Inspirational

ବିତ୍ତମୟ

ବିତ୍ତମୟ

1 min
178



ବିଶ୍ବ ଦେଖ ବିତ୍ତମୟରେ ଜୀବନ

ବିଶ୍ବ ଦେଖ ବିତ୍ତମୟ

ବିତ୍ତର ପ୍ରାଚୁର୍ଯ୍ୟ କରିବ ହରଣ

ଯାବତୀୟ ଦୁଃଖ ଦୁର୍ଦ୍ଦଶା କଷଣ!!


ଜନକ ଜନନୀ ସୋଦର ଭଗିନୀ

ଏକାନ୍ତ କାମ୍ୟ ବିତ୍ତ ସବୁରି

ବିତ୍ତହୀନ ଲାଗି ନମିଳେ ଦୁହିତା

ତ୍ଯାଗପତ୍ର ଦିଏ ନବ୍ଯ ପରିଣିତା!!


ବିତ୍ତ ବିହୁନେ ନପୁରେ ଉଦର

ନହୁଏ ପ୍ରାପ୍ତ ସାମାନ୍ୟ ଆଦର

ଜନ୍ମରୁ ମରଣ ଦୁନିଆଁ ଦାଣ୍ଡରେ

ହୁଏ ହୀନିମାନ ବିତ୍ତହୀନ ନର!!


ବିତ୍ତ ଦୁନିଆରେ ବଞ୍ଚିବାର ମାପଦଣ୍ଡ

ପ୍ରତିଷ୍ଠା ସମ୍ମାନ ତା'ର ସହଚର

ବିତ୍ତ ବିନା ନାହିଁ ଗତି ମାନବର

ମୋହ ତା' ଏଡ଼ିବା ନିତାନ୍ତ ଦୁଷ୍କର!!


ବିତ୍ତର ବଳରେ ହୋଇ ବଳିୟାନ

ଏ ମୂଢ଼ ମାନବ ଭୁଲେ ମାନବତ୍ବ

ବିତ୍ତ ପ୍ରାପ୍ତି ଲାଗି ରଚେ ନାନା ଅପକର୍ମ

ନଥାଏ ସେ ପାଇଁ ତିଳେ ଅନୁତାପ!!


ହେ ବିଶ୍ଵ ନିୟନ୍ତା! ସବୁରି ବିଧାତା

ଦିଅ ଏ ମାନବେ ଟିକିଏ ସଦବୁଦ୍ଧି

ବିତ୍ତ ମାୟା ତ୍ୟଜି ତୁମ୍ଭ ପାଦପଦ୍ମେ

ଦେଉ ସମର୍ପି ଆପଣାର ଦୁଷ୍ଟମତି!!



Rate this content
Log in

Similar oriya poem from Abstract