The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Santosh Pattnayak

Others

3  

Santosh Pattnayak

Others

ବିଷମୟ ପ୍ରୀତି

ବିଷମୟ ପ୍ରୀତି

1 min
11.4K



ଫଗୁଣର ଫୁଲ     ଗାଇଲାନି ଗୀତ 

     ଛବିପରେ ନାଚେ ସ୍ମୃତି 

 ପାଖୁଡାଏ ପଦ୍ୟ    ପାଇବା ପାଇଁକି

     ନିଦହୀନେ ପାହେ ରାତି....


ପାଶ୍ଚାତ୍ୟ ପାହୁଣ୍ଡେ    ହଜିଲାକି ଚୈତ !

      ନାଇଁ ସଂସ୍କୃତି ପସରା 

 ଗୋଖର ଗରଳ     ପରାୟେ ଗରମ

      ଢାଳେ କିଏ ଗରା ଗରା....


ଖରାକୁ ଖତେଇ      ହୁଏ କୃଷ୍ଣଚୂଡା 

      ବେଖାତିରୀ କରି ତାତି 

 ରସିକ ପଣଟା     ହୃଦୟେ ରହିଛି 

      ବିଷମୟ କିନ୍ତୁ ପ୍ରୀତି.....


ପରସ୍ତ ପରସ୍ତ       ପ୍ରସ୍ତୁତିର ପର୍ବ 

     ସତେକି ଗଲାଣି ସରି

ପଣା ସଙ୍କରାନ୍ତି     ଅକ୍ଷୀତୃତୀୟାକୁ 

    ଓଡିଆ ପାରୁନି ବାରି....


କାଳ ବଇଶାଖି     ପରାୟେ ଦୁର୍ଦ୍ଦିନ 

      ସତେକି ଆସିଛି ମାଡି 

 ସରସୀର ଜଳୁ     ହଜିଲାଣି ଧିରେ 

      କଇଁ ପଦୁଅଁର କଢି.....


        ସମୟ ଚକ୍ରକୁ ଧରି 

ଗ୍ରୀଷମ ତା'ବାଟେ     ବାଟ ଭାଙ୍ଗିଯିବ

        ବରଷା ଆସିବ ଝରି.....।

       



Rate this content
Log in