Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

4  

Kalandi pal

Inspirational

ବିଷାକ୍ତ ସହର

ବିଷାକ୍ତ ସହର

1 min
266


ବିଜ୍ଞାନର କଳା କୌଶଳରେ ପରା

   ଉନ୍ନତି ପଥରେ ଧରା

ଉନ୍ନତି ସଂକଟେ  ଅବନ୍ନତି ଘଟେ

   ଅଦିନରେ ଦିନ ପରା ।


ଜଙ୍ଗଲ କାଟିଲେ  କାରଖାନା କଲେ

    ଗାଡି ଚାଲେ ମାଳ ମାଳ

ଗାଁ ଲୋକ ଏଠି  ସହରାଭିମୁଖୀ

    ସହର ଯେ କୋଳାହଳ ।


ଜନ ସଂଖ୍ୟା ବୃଦ୍ଧି  ବିନାସେ ସମୃଦ୍ଧି

   ବିନାସେ ପ୍ରକୃତି ସ୍ତର

କାଟି ବଣ ବୁଦା  ବାସସ୍ଥଳୀ ଶୋଭା

    କାରଖାନା ମାଳ ମାଳ ।


ଜନ ସମାଗମ  ଆବର୍ଜନା ପୂର୍ଣ୍ଣ

   ପ୍ରତି ସହରର ଗଳି

ଅତିରୁ ତ ଇତି  ହୋଇଲେ ସବୁଠି

   ରୋଗ ଆସିଥାଏ ମାଡି ।


ପୁଣ୍ୟ ତୋୟା ନଦୀ ଜଳ ବିଷ ଆଜି

   ଅନୁପଯୋଗୀ ସ୍ୱାସ୍ଥ୍ୟକୁ

କଳକାରଖାନା  ମଳ ଆବର୍ଜନା

   ଛାଡି ସଭିଏଁ ନଦୀକୁ ।


ଦିଲ୍ଲୀ ବାସୀ ଗଣେ ସୂର୍ଯ୍ୟଙ୍କୁ ସ୍ୱପନେ

    ଦେଖିବାଟା ବଡ଼ କଷ୍ଟ

କାରଖାନା ଧୂଆଁ ଗାଡି ଚଳା ଧୂଆଁ

    ପରିବେଶ କଳା ନଷ୍ଟ ।


ଦିଲ୍ଲୀ ସରକାର କଲେ ପ୍ରତିକାର

    ଗାଡିକୁ ଆଖିରେ ରଖି

ଦେଖି କାରଖାନା ସଦୁପଯୋଜନା

    ପଦକ୍ଷେପ ମନଲାଖି ।


ବିଷାକ୍ତ ସହର  ଆଜି ଆମ ଶିର

    ଭାରତର ରାଜଧାନୀ

ସେହି ଦୃଷ୍ଟାନ୍ତକୁ  ଭେଦେଇ ଅନ୍ତକୁ

    ସଜାଗ ହୁଏ ହେ ମାନୀ ।


ବୃକ୍ଷ କେ କାଟନି  ଦୁଃଖ ତ ଦିଅନି

    ଧରଣୀ ମାଆର ମନେ

ଗଣି ଗଣି କିଛି  ବୃକ୍ଷକୁ ଆରୋପି

    ଯତ୍ନ କର ପ୍ରତିଦିନ ।


କଳକାରଖାନା  ମଳ ଆବର୍ଜନା

    ନିରାପଦ ସ୍ଥାନେ ରଖ

ହସିବ ଦୁନିଆଁ ହସିବ ମୋ ମାଆ

     ସବୁରି ମନରେ ସୁଖ ।


Rate this content
Log in

Similar oriya poem from Inspirational