ବିଷାଦ ଵୀଣାର ସ୍ୱର
ବିଷାଦ ଵୀଣାର ସ୍ୱର
ଯେତେ ଯେତେ ସ୍ୱର ସଂସାରେ ଅଛି
ତହିଁରୁ ବିଷାଦ ଏକ,
ସେଇ ସ୍ୱରଅଟେ କରୁଣତା ଭରା
ମନେ ଭରିଦିଏ ଦୁଃଖ l
ବିଷାଦ ର ଗୀତ କରଇ ଝଙ୍କୃତ
ମନର ପ୍ରତି ଟି କୋଣ,
ଦ୍ରଵିଭୂତ କରେ ମନକୁ ଆମର
ନୟନ ଲୋତକ ପୂର୍ଣ୍ଣ l
ମନ ବୀଣା ପରେ ବିଷାଦ ରାଗିଣୀ
ଝଙ୍କାର ଯେବେ ଭରେ,
କମ୍ପିତ ଅଧର କମ୍ପିତ ନୟନ
ମୁଖେ ବାକ୍ୟ ନାହିଁ ସ୍ଫୁରେ l
ପ୍ରିୟଜନ ଙ୍କର ବିରହ ବେଦନା
ଅବା ଶରୀରର ପୀଡା,
ମନକୁ ଆମର ବିଷାଦିତ କରେ
ହୃଦୟ ଲହୁ ନିଗିଡା l
କ୍ରୋଞ୍ଚ ମିଥୁନର ବିଷାଦ କୁ ଦେଖି
ବାଲ୍ମୀକି ଯେ ଆଦିକବି,
ରାମାୟଣ ଗ୍ରନ୍ଥ ରଚନା କରିଲେ
ଲୁହରେ ତାଙ୍କର ଦ୍ରବି l
ବିଷାଦ ରୁ ସୃଷ୍ଟି ହୁଅଇ କବିତା
ମନରବ୍ୟଥା କୁନେଇ,
ଅଭିମନ୍ୟୁ ହେଲେ ବିଦଗ୍ଧ କଵି
ପତ୍ନୀଙ୍କ ବିୟୋଗ ପାଇଁ l
ବିଷାଦିତ ମନ ପ୍ରଭୁଙ୍କ ଶରଣ
ଲୋଡିଥାଏ ସଦା କାଳେ,
ତାଙ୍କରି ଚରଣେ ମନରବ୍ୟଥାକୁ
ଅର୍ପଣ କରିଣ ଚଳେ l