ବିଶ୍ଵତ୍ତାପନ ର କୁ ପ୍ରଭାବ
ବିଶ୍ଵତ୍ତାପନ ର କୁ ପ୍ରଭାବ


ଧବଳ ରାଜ ହଂସ ପରି ଡେଣା ମେଲାଇ ଧଳା ଶୁଷ୍କ ବାଦଲ କେଇଖଣ୍ଡ ଭାସି ଯାଉଥିଲା ନୀଳ ଆକାଶର ବିସ୍ତୀର୍ଣ୍ଣ ବୁକୁରେ l ଖୁବ୍ ସୁନ୍ଦର ଅତୀବ ମନୋରମ ଦୃଶ୍ୟ ପର୍ବତମାଳା ଉତ୍ତରାଖଣ୍ଡରେ କେଦାରେଶ୍ଵରର l ଯାହା ଦର୍ଶନ କରି ମନରେ ଅଫୁରନ୍ତ ଆନନ୍ଦ ଜାଗ୍ରତ ହେଉଥିଲା l ଭୂଖଣ୍ଡର କି କମନୀୟ ରୂପ, କେଉଁଠାରେ ପର୍ବତ ସବୁ ଶ୍ଵେତ ବସ୍ତ୍ର ବରଫରେ ଆଚ୍ଛାଦିତ ତ କେଉଁଠାରେ ସୁନ୍ଦର ଚିତାକର୍ଷକ ସୁନୀଳ ସାଗର l ଅପୂର୍ବ ଆମର ବିଶ୍ୱର ସୁନ୍ଦରତା, ଯେଉଁଠାରେ ଶତକଡା ଏକସ୍ତରୀ ଭାଗ ଜଳ ଭାଗ ଓ ଅବଶିଷ୍ଟ ସ୍ଥଳ ଭାଗ l କିନ୍ତୁ ହାୟ, ! ହଠାତ୍ ଭୁ ସ୍ଖଳନ ହୋଇ ବରଫର ଚଟ୍ଟାଣ ତରଳି ତୀବ୍ର ଗତିରେ ଜଳର ଧାର ନିମ୍ନ ମୁଖୀ ହୋଇ କେଦାର ନାଥ ମନ୍ଦିରର ଚାରି ପାର୍ଶ୍ଵକୁ ଧୋଇ ନେଲା l ଶହ ଶହ ତୀର୍ଥ ଯାତ୍ରୀ ,ଘର ଦ୍ଵାର,,ଦୋକାନ ବଜାର, ଗାଡି ମଟର ଏପରିକି ମନ୍ଦିରର ଚାରି ପାର୍ଶ୍ଵ ଜଳାଭିମୁଖୀ ହୋଇ ନିମିଷକରେ ଜଳର ଅଥଳ ଗର୍ଭରେ ତୀବ୍ର ସ୍ରୋତରେ ଧୂଳିସାତ ହୋଇଗଲା ଆଖି ପିଛୁଳାକେ l ବିଭତ୍ସ ରୂପରେ ହାଃ ହାଃ କାର ହୋଇ ଉଠିଲା ପୃଥିବୀର ସୁନ୍ଦର କମନୀୟ ରୂପ l ଓହୋ ! କି ଦାରୁଣ ଦାୟକ ! ଏମିତି କଥା କହୁ କହୁ ଜେଜେବାପା ଙ୍କ ମୁହଁ ରୁ କଥା ଛଡାଇ ଅଶୋକ ପଚାରି ଉଠିଲା, ଏମିତି କାହିଁକି ହେଲା?ଏଇ ମଣିଷ ସମାଜ କଣ ହଠାତ କେବେ ବି ଅକସ୍ମାତ୍ କିଛି ପ୍ରାକୃତିକ ବିପର୍ଯ୍ୟୟ ରେ ଲୀନ ହୋଇ ଯିବ? ଆମ ଓଡ଼ିଶାକୁ ପ୍ରତିବର୍ଷ ବାତ୍ୟା ଏକ ପରେ ଏକ ଭୟଙ୍କର ରୂପ ନେଇ ଆସି କ୍ଷୟ କ୍ଷତି କରି ଯାଉଛି, ଗ୍ରୀଷ୍ମ ଦିନରେ ଉଚ୍ଚ ଉତ୍ତପ୍ତ ବି ଖୁବ୍ ଅସହ୍ୟ ହେଉଛି, କାହିଁକି ଜେଜେବାପା? ବୁଝାଇ ବସିଲେ ଜେଜେବାପାl
ପରିବେଶ କହିଲେ ଆମ ଚତୁଃପାର୍ଶ୍ଵରେ ଥିବା ଅରଣ୍ୟ ପ୍ରକୃତି, ନଦୀ ସାଗର ଓ ଅନନ୍ତ ଅନ୍ତରୀକ୍ଷ କୁ ବୁଝାଏ l ଆମକୁ ଘେରି ରହିଥିବା ପ୍ରାକୃତିକ ଗଛ ଲତା ,ନଦୀ, ପୋଖରି ଆଦି ଆମର ପରିବେଶ l ଏଗୁଡିକ ଜଳ, ବାୟୁ, ଭୂମି,ଉଦ୍ଭିଦର ସମାହାର ,ଆଜି ଦୂଷିତ ହେଉଛି l ମଣିଷ ନିଜର ଆବଶ୍ୟକତା ପୂରଣ ଯଥା ନଗର ନିର୍ମାଣ, ଶିଳ୍ପାୟନ, ଜନ ସଂଖ୍ୟା ବୃଦ୍ଧି ଯୋଗୁଁ ଗୃହ ନିର୍ମାଣ ,ପକ୍କା ରାସ୍ତା ନିର୍ମାଣ ଆଦି ପାଇଁ ଜଙ୍ଗଲ, ବୃକ୍ଷ ସବୁ କାଟି ଧ୍ଵଂସ କରି ପକାଉଛି l ଗଛ ଅଙ୍ଗାରକାମ୍ଳ ଗ୍ୟାସ ନେଇ ଅମ୍ଳଜାନ ଦିଏ, ଗଛ ନ ରହିଲେ ଅମ୍ଳଜାନ କମିଯାଇ ପ୍ରଦୂଷଣ ବଢି ଯିବ,ବର୍ଷା ହେବ ନାହିଁ, ଜଳସ୍ତର ପୃଥିବୀର ତଳକୁ ଖସି ଯିବ,ମରୁଡି ବଢି ଯିବ l ପରିବେଶ ପ୍ରଦୂଷଣ ର ବଡ କାରଣ କଳ କାରଖାନାର ଧୂଆଁ,ଦୁର୍ଗନ୍ଧ ବାଷ୍ପ,,ରାସାୟନିକ ଗ୍ୟାସ ଯଥା ମିଥେନ , କାର୍ବନ୍ଡାଇଅକ୍ସାଇଡ ,ନାଇଟ୍ରୋଜେନ ଆଦି ବାୟୁକୁ ଦୂଷିତ କରୁଛି l ଘରେ ଘରେ ଚୁଲିର ଧୁଆଁ, ସିଗାରେଟ୍ ଧୂଆଁ, ପେଟ୍ରୋଲ ,ଡିଜେଲ ର ଧୂଆଁ , ଓ କୋଇଲା କୁ ପ୍ରଚୁର ପରିମାଣରେ ଜାଳି ଥର୍ମାଲ୍ ପାୱାର ଉତ୍ପାଦନରେ ବାୟୁମଣ୍ଡଳକୁ ଦୂଷିତ ହେଉଛି , ବାୟୁ ମଣ୍ଡଳରେ ତାପ ଶକ୍ତି ବଢୁଛି l ଏହି କାରଣରୁ ହୃଦୟ ରୋଗ,ଫୁସ୍ ଫୁସ୍ ବା ଶ୍ୱାସ ଜନିତ ରୋଗ ହେଉ ଅଛି l ଘ
ର ଭିତରର ତାପ ମାତ୍ରାକୁ ଶୀତଳ କରି ସ୍ୱାର୍ଥପର ମଣିଷ ଏୟାର କଣ୍ଡିସନର ଲଗାଇ ବାହାରକୁ ବିଷାକ୍ତ ଉଚ୍ଚ ତାପ ଛାଡି ପ୍ରଦୂଷଣ କରୁଛି l କଳ କାରଖାନା ର କେମିକାଲ ସବୁ,ନଦୀ ନାଳ ପାଣିରେ ମିଶାଇ ଦୁଷିତ କରୁଛନ୍ତି l ଫଳରେ ଆନ୍ତ୍ରିକ ଜ୍ଵର, ଆମାଶୟ,ହଇଜା ଅନନ୍ୟା ରୋଗ ହୋଇଥାଏ l ବିଭିନ୍ନ କୀଟ ନାଶକ ରାସାୟନିକ ସାର ବ୍ୟବହାର ଦ୍ଵାରା ମାଟିରୁ ଉପକାରୀ ବ୍ୟାକ୍ଟେରିଆ ନାଶ ହୋଇଥାଏ l ଜଙ୍ଗଲର ନଷ୍ଟ ହେତୁ ଉପର ମାଟି ଧୋଇ ହୋଇ ମୂର୍ତ୍ତୀକା କ୍ଷୟ ହୁଏ l କଳକାରଖାନା, ଯାନବାହାନ, ଲାଉଡ୍ ସ୍ପିକର ଆଦି ର ଶବ୍ଦରେ ପ୍ରଦୂଷଣ ବଢ଼ିଥାଏ l ବାୟୁ ସ୍ତରରେ ଷୋହଳ କି:ମି:ରୁ ବତିଶି କି :ମି; ଉପରକୁ ଓଜୋନ୍ ସ୍ତର ଥାଏ l ଏହା ଆମକୁ ଅମ୍ଳଜାନ ଦେବାରେ ଓ ସୂର୍ଯ୍ୟର ଅତି ବାଇଗଣି ରଶ୍ମି କୁ ରକ୍ଷା କରିବାରେ ସାହାଯ୍ୟ କରେ l ବିଭିନ୍ନ ପ୍ରଦୂଷଣ କାରଣ ରୁ ଏବେ ଓଜୋନ ସ୍ତରରେ ଫାଟ ଦେଖା ଦେଲାଣି, ତା ଛଡା ଅଙ୍ଗାରକାମ୍ଳ ବାଷ୍ପ ବଢିଲେ ପୃଥିବୀର ଉଷ୍ଣତା ବଢିବ, l ମେରୁରେ ବରଫ ତରଳି ଜଳ ସ୍ତର ବଢି ସ୍ରୁଷ୍ଟି ରେ ପ୍ରଳୟ ହେବ l ତା ଛଡା ଭୁ ପୃଷ୍ଠରୁ ଅଗ୍ନ୍ୟୁତପାତ ଯଥା ଭୋଲ୍କାନ୍ ଆଦିର ସୃଷ୍ଟିରେ ଭିନ୍ନ ଭିନ୍ନ ଦୂଷିତ ଗ୍ୟାସ୍ ଯଥା ମିଥେନ୍ ,ନାଇଟ୍ରୋଜେନ ଗ୍ୟାସ ଆଦି ବାହାରି ଭୁ ମଣ୍ଡଳର ତାପମାତ୍ରା ବଢାଇ ଦେଇଛି l କ୍ଷେପଣାସ୍ତ୍ର ଆଦି ର ପ୍ରୟୋଗ ଦ୍ଵାରା, ଖଣି ସବୁ ଫଟାଇବା ପାଇଁ ବ୍ୟବହୃତ ଡିନାମାଇଟ ଦ୍ଵାରା ବି ପ୍ରଦୂଷଣ ବଢୁଛି, ତାପମାତ୍ରାରେ ବୃଦ୍ଧି ହେଉଛି l ଉଣୀସ ଚୌରାଅସିରେ ଭୋପାଳ ଗ୍ୟାସ ଘଟଣାରେ ହଜାରେ ହଜାରେ ଲୋକ ପଙ୍ଗୁ ହେବା ଓ ମରିବା ଆମେ ଜାଣୁ l ଦିଲ୍ଲୀ ବାୟୁ ମଣ୍ଡଳରେ ମିଳିଥିବା ପ୍ରଦୂଷିତ ମାତ୍ରା ସାତ ସହ ମାଇକ୍ରୋଗ୍ରାମ ହୋଇଛି ବୋଲି ଜଣାଯାଏ l ଏହା ଦ୍ଵାରା ତାପମାନ ବଢି ଲୋକମାନଙ୍କର ବିଭିନ୍ନ ଦୁଃସହ ରୋଗ ବୃଦ୍ଧି ପାଉଛି, ଲୋକ ମାନେ ଅଚିରେ ମହାମାରୀର ଶିକାର ହେଉଛନ୍ତି l ଗ୍ରୀନଲାଣ୍ଡ ର ବରଫ ସ୍ତରର ଏକ ମିଟର ସ୍ତର ପ୍ରାୟତଃ ତରଳିବାକୁ ଲାଗିଲାଣି l ପ୍ରଦୂଷଣ ଜନିତ କାରଣରୁ ବିଶ୍ୱରେ ଉତ୍ତପ୍ତ ସହରର ମାନ୍ୟତା ପାଇବାକୁ ବସିଛି l ଅଦିନରେ ବାତ୍ୟା, ଅନିୟମିତତା ବର୍ଷା, ଆଦି ବହୁ କ୍ଷତି କରି ଜନଜୀବନ ରେ ହାନି, କୃଷି ବ୍ୟବସାୟରେ କ୍ଷୟ ମରୁଡି ଆଦି ବଢି ଚାଲିଛି l ଲୋକମାନେ ଅଳ୍ପାୟୁ, ରୁଗ୍ଣ ବ୍ୟାଧି ଗ୍ରସ୍ତ ହୋଇ ପ୍ରାଣ ହରାଉଛନ୍ତି, ଜଙ୍ଗଲ କାଟି ନିଜର ଅମ୍ଳଜାନର ଆବଶ୍ୟକତା କୁ ଏବେଠାରୁ ଅନୁଭବ କଲେଣି l ଅମ୍ଳଜାନ କମ
ହେବାରୁ ବୃଷ୍ଟି ନ ହୋଇ ଉଚ୍ଚ ତାପମାନ ଯୋଗୁ ବାୟୁମଣ୍ଡଳରେ ତାର ସ୍ଥାନ ପୂରଣ କରିବା ପାଇଁ ସମୁଦ୍ର ସ୍ତରରୁ ଭୟଙ୍କର ବାତ୍ୟା ସ୍ରୁଷ୍ଟି ହୋଇ ଜନଜୀବନ ଧ୍ଵଂସ ହେଉଛି,ବହୁତ କ୍ଷୟକ୍ଷତି ହେଉଛି l ଜଙ୍ଗଲ ବଢାଇ, ବୃକ୍ଷ ରୋପଣ କରି ପ୍ରାକୃତିକ ସରଳ ଭାବରେ ଜୀବନ ଯାପନ କଲେ ଓ ସୌର ଶକ୍ତିର ପ୍ରୟୋଗ ରେ ବିଦ୍ୟୁତ ଶକ୍ତିର କମ୍ ଖର୍ଚ କଲେ ସମସ୍ତେ ସେଥିପାଇଁ ସତର୍କ ହେଲେ ପୃଥିବୀ ରହିବ, ନହେଲେ ଅଚିରେ ଧ୍ଵଂସ ପାଇବ l