Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pratima Satpathy

Classics

4.5  

Pratima Satpathy

Classics

ବିଶ୍ବ ପଖାଳ ଦିବସ ଉପଲକ୍ଷେ

ବିଶ୍ବ ପଖାଳ ଦିବସ ଉପଲକ୍ଷେ

1 min
372


ମାର୍ଚ୍ଚ ମାସର କୋଡିଏ ତାରିଖ

    ଅଟେ ପଖାଳ ଦିବସ

ଓଡ଼ିଆଙ୍କ ପଖାଳ କଂସାକୁ ଆଜି

   ପାଳୁଅଛି ସାରା ବିଶ୍ୱ ।


ଘର ଚାଉଳ ଓ ଚୁଲିରନ୍ଧା ବାସି

   ପଖାଳ ଖାଇଛି ଯିଏ 

ତାହାର ବାସନା ସେ ସିନା ଜାଣିଛି

   ଆଉ ବା ଜାଣିବ କିଏ ।


ଫଗୁଣ ମାସର ଆମ୍ବ କଷି ନସି

   ପକାଇ ପଖାଳ ଭାତ

ସାଥେ ଶାଗ ଭଜା, ବଡ଼ିଚୁରା

    କାକୁଡ଼ି, କଞ୍ଚା ଲଙ୍କା ସହିତ ।


ଦହି ପଖାଳ ସାଙ୍ଗରେ ଆଳୁଭଜା

    ବାରମଜା ଓ ପାମ୍ପଡ 

ସାଙ୍ଗ ସାଥି ହୋଇ ଖାଇବାରେ ମଜା

    ମନେ ପଡ଼େ ସେଇ ବେଳ ।


ଆଳୁ, ସାରୁ, ବାଇଗଣ ପୋଡ଼ା , ବଡ଼ି

    ସାଥିରେ ରସୁଣ ଥାଏ

କଲରା ଚିପସ, ସଙ୍ଗେ ମାଛ ଭଜା

    ଖାଇବା ଶହେରୁ ଶହେ ।


ବାଳକୃଷ୍ଣ ଦାଶ ପଖାଳ କଂସାକୁ

    ଗାଇ ଜନ ମନ କିଣି

ଏବେ ଲୋକମାନେ ସେହି ଗିତଟିକୁ

   ମନରେ ହୁଅନ୍ତି ଗୁଣି ।


କାଳିଆ ସାଆନ୍ତ ଟଙ୍କ ତୋରାଣି କୁ

  କିଏ ହେବ ସମ ସରି

ପିଇଅଛି ଯିଏ ତାକୁ ଜଣାଅଛି

   ସବୁବେଳେ ଥାଏ ଝୁରି ।


ଗ୍ରୀଷ୍ମ ଋତୁରେ ଯେ ପଖାଳ ଭାତଟି 

    ଦେହକୁ ଅଟଇ ହିତ

ପେଟ ଥଣ୍ଡା ରଖେ, ଖରା ବାଧେ ନାହିଁ

    ମନ ହୁଏ ପ୍ରଫୁଲ୍ଲିତ ।


Rate this content
Log in

Similar oriya poem from Classics