Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chandrakanta Jena

Others abstract classics tragedy

4  

Chandrakanta Jena

Others abstract classics tragedy

ବିଶାଦ ଜୀବନ

ବିଶାଦ ଜୀବନ

1 min
234


ସଭିଁଏ ମୋ ଥାଇ କେହି ମୋର ନାହଁ

ଏକାନ୍ତ ମୁଁ ଯାଯାବର

ପାଦେ ପାଦେ କଷ୍ଟ କରୁଛି ବିବଶ

ଅଭିଶପ୍ତ ଜଉଘର ।


କରେ ଆର୍ତ୍ତନାଦ ବିଶମ ବିଶାଦ

ଅସହ୍ଯ ପିଡା ଏ ବ୍ଯଥା

ହୋଇ ବେସାହାର ଖୋଜେ ମୁଁ ସାହାର

ଲଭିବାକୁ ମୋର ଆସ୍ଥା ।


ଦହନ ମୋ ଭୂତ ଅନ୍ଧ ଭବିଷ୍ୟତ

ବର୍ତ୍ତମାନ ମୋର ଶବ

ନେଇଛି ପାଛୋଟି ଦୁଃଖ ସେ ଅତିଥି

ଏକାନ୍ତ କୋହ ମୋ ସ୍ତବ ।


ଆଣିଛ ସମ୍ଭାର ଗାଢ ଅନ୍ଧକାର

ସାଥି ସେହି ଦୂରଗାମି

କରିଅଛି ସନ୍ଧି ଆତ୍ମାକୁ ମୋ ବାନ୍ଧି

ରୁଧିର ପଡଇ ଯମି ।


ତେଜିବାକୁ ଶ୍ବାସ ଚିତ୍ତ ମୋ ଆସକ୍ତ

ହିନିମାନୀ ଏହି ପିଣ୍ଡ

ଅନ୍ତର ଜ୍ବାଳାରେ ପାଉଁସ ଗଦା ମୁଁ

ଖୋଲି ପାରେ ନାହିଁ ତୁଣ୍ଡ  ।


ଏଇ ଆଖି ଆଗେ ଆତ୍ମୀୟ ମୋ ସର୍ବେ

ଆପଣା ଲାଗେନା କେହି

ଥିଲା ଯେ ଆପଣା ଶୂନ୍ଯ ସେ ଠିକଣା

ଖୋଜେ ତାଠୁ ଦୂର ହୋଇ ।


ହେ ସୃଷ୍ଟି ରଚିତା ଜୀବନ ଏ ବୃଥା

କେଉଁ କର୍ମଫଳ ଫଳେ

ଦେବ ହେ ଉତ୍ତର ଏହି ପ୍ରଶ୍ନ ମୋର

ଫୁଟୁ ଅଛି ଛାତି ତଳେ  ।



Rate this content
Log in