Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pratima Satpathy

Others

3  

Pratima Satpathy

Others

ବିଶ୍ୱ ଯୋଗ ଦିବସ

ବିଶ୍ୱ ଯୋଗ ଦିବସ

1 min
164



  

ଜୁନ ମାସର ଏକୋଇଶି ତାରିଖ

    ଅଟଇ ଯୋଗ ଦିବସ

ସମସ୍ତେ ତାହାକୁ ପାଳନ କରିବା 

   ମନକୁ ରଖି ହରଷ.

ଯୋଗ ଯେ ଅଟଇ ମନୁଷ୍ୟଙ୍କ ପାଇଁ 

    ନିହାତି ଅପରିହାର୍ଯ୍ୟ

ଯୋଗ କଲେ ରୋଗ ଛାଡି ପଳାଇବ

    କହିଛନ୍ତି ଯୋଗାଚାର୍ଯ୍ୟ.

ସ୍ୱାମୀ ବିବେକାନନ୍ଦ ଯୋଗ ବଳରେ

   କଲେ ଅସାଧ୍ୟ ସାଧନ

ଅମର ହୋଇଛି ବିଶ୍ୱ ଇତିହାସେ

   ପ୍ରସିଦ୍ଧ ଯୋଗୀଙ୍କ ନାମ.

ରାମକୃଷ୍ଣ ପରମହଂସ, ନିଗମାନନ୍ଦ

    ଯେ ମହାପୁରୁଷ

ଯୋଗ ସାଧିକରି ଯୋଗ ଜନ୍ମା ହୋଇ

   ରଖି ଯାଇଛନ୍ତି ଯଶ .

ପ୍ରାଣାୟାମ ସଙ୍ଗେ ରେଚକ, କୁମ୍ଭକ

    କରିବ ଯଦି ଆୟତ୍ତ

ରୋଗ ଛାଡି ପଳାଇବ ଶରୀରରୁ

    ଜୀବନ ହୋଇବ ସୁସ୍ଥ.

ମୁନି, ଋଷି, ଦେଶ ମୋ ଭାରତ ବର୍ଷ

    ସାଧୁ ସନ୍ଥଙ୍କ ନିବାସ

ଯୋଗ, ଜପ, ଧ୍ୟାନ, ଯଜ୍ଞ ଆଚରିଲେ 

     ପ୍ରାଣ ଲଭିବ ସନ୍ତୋଷ.

ପରିବେଶ ସ୍ୱଚ୍ଛ, ସନ୍ତୁଳିତ ଖାଦ୍ୟ 

    ଖାଇବ ଆନନ୍ଦ ମନେ

ଯେତେଦିନ ଥିବ ଆନନ୍ଦେ ରହିବ 

    ଶାନ୍ତି ପାଇବ ଜୀବନେ.

ଭୋଗ ବିଳାସ ରେ ମଜ୍ଜି ରହି ଯେବେ

    ନ କରିବ ପରିଶ୍ରମ

ଅତ୍ୟନ୍ତ ଦୁର୍ଲ୍ଲଭ ମନୁଷ୍ୟ ଜନମ

    ହୋଇଯିବ ଅକାରଣ.

ଜନ୍ମ ହେଲେ ମୃତ୍ୟୁ ଲଭିବ ମନୁଷ୍ୟ

   ଏହା ଅଟେ ଧ୍ରୁବ ସତ୍ୟ

ନିସ୍ଵାର୍ଥ ଭାବରେ ପର ଉପକାର

    କଲେ ଜୀବନ ସାର୍ଥକ.


Rate this content
Log in