ବିଶ୍ୱକର୍ମା
ବିଶ୍ୱକର୍ମା
ସୃଜନ ତୁମର ଇଚ୍ଛାରେ
ସ୍ଥୁଳ ସୂକ୍ଷ୍ମ କାରଣ ରୂପରେ
ଆଯୋନିସମ୍ଭୂତା
ଗ୍ରହ ନକ୍ଷତ୍ର ଦେବୀ ଦେବତା
ମନୁଷ୍ୟ ପଶୁ ପକ୍ଷୀ
ଅଣ୍ଡଜ ଶ୍ୱେଦେଜ ପତି
ପଦାର୍ଥ ଓ ପ୍ରକୃତିର ସୃଷ୍ଟିକାରୀ
ଅହରହ କର୍ମ ତବ ରହସ୍ୟ ବିଜ୍ଞାନୀ
ଫଳ ସବୁ ତୁମର ଅଧୀନ
ଜନ୍ମ ଜନ୍ମ।ନ୍ତର ଏହି ପାପ ମୋହ
ତୁମଠାରୁ ଛାଇ ପରି
ସୂର୍ଯ୍ୟଙ୍କୁ ଢାଙ୍କିଛି ବାଦଲ
ଇନ୍ଦ୍ରିୟ ଆସକ୍ତି ମନ ବୁଝେ କି
ତୁମେ ଯିଏ ମୁଁହି ସିଏ ପ୍ରଭୁ।
ତୁମର ବି ହାତ ଗୋଡ ଚକ୍ଷୁ
ତୁମେ ଯାଇ ଆସିପାର
ଅହରହ ଦେଖୁଥାଅ
ପ୍ରାଣୀଙ୍କର କର୍ମ
ଫଳ ବି ତ ଦେଉଥାଅ
ସମୟତା ନୀରବ ପ୍ରତୀକ
ନିଜେ ବି ତ ବନ୍ଦୀ ଗୃହେ ଜନ୍ମ ନେଲ
ଜାରା ତୀରେ ପ୍ରାଣ ଗଲା
ପୁଣି ଅର୍ଜୁନଙ୍କୁ ବିଶ୍ଵରୂପ ଦେଖାଇଲ
ତୁମ ଠାରୁ ଦୂରତ୍ଵ ଯେତିକି
ସେତିକି ନିଜର କର
ଅନ୍ତର ଭରିଦିଏ ବିଶ୍ଵକର୍ମାମୟ।