Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kulamani Sarangi

Inspirational

3  

Kulamani Sarangi

Inspirational

ବିଶ୍ଵ କନ୍ୟାଦିବସ

ବିଶ୍ଵ କନ୍ୟାଦିବସ

1 min
149



ଆଜି କନ୍ୟା ଦିବସରେ,

ସ୍ରଷ୍ଟାଙ୍କୁ ଜୁହାର କରେ,

ଦେଇ କନ୍ୟା ଘରେ ମୋର,

ସବୁ ଦେଇଛ ଠାକୁର।


ଝିଅଟିଏ ଅଛି ଯାର,

ଘର ତା ରତ୍ନ ଭଣ୍ଡାର,

ସ୍ନେହର ସାଗରଟିଏ,

ମମତା ନିର୍ଝର ସିଏ।

ଶେଷ ବେଳର ଭରସା,

ନିଦାଘ ଋତୁ ବରଷା।


ଜନନୀ, ଭଗିନୀ ଜାୟା,

ପରିବାରର ସେ ଛାୟା,

ରୋଷେଇ ଘରେ ସେ ବସି,

ଅମୃତ ଦିଏ ପରଷି।


ହୋଇ ବଡ଼ ଅଧିକାରୀ,

ଧରେ ସେ ଶାସନ ଡୋରି,

ପୁଣି ପୋଲିସ ବେଶରେ,

ଶୃଙ୍ଖଳା ରଖେ ଦେଶରେ।


ସୀମାନ୍ତରେ ଲଢୁଥାଏ,

ରୋଗୀ ସେବା କରୁଥାଏ।

ଶିକ୍ଷା ବିଜ୍ଞାନ କ୍ଷେତ୍ରରେ,

ଥାଏ ସଭିଙ୍କ ଉଚ୍ଚରେ।


କିଏ ବା ହେବ ତା'ପରି,

ଘର ଉଠୁଥାଏ ପୂରି।

ଝିଅଟିଏ ନାହିଁ ଯା'ର

ଘରେ ଦୀପ ନାହିଁ ତା'ର।


Rate this content
Log in

Similar oriya poem from Inspirational