Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ବିଶ୍ୱକବି

ବିଶ୍ୱକବି

1 min
358


ଭାରତୀ ନନ୍ଦନ ସାହିତ୍ୟ ସ୍ୟନ୍ଦନ

ସାରଥୀ ଭାରତ କବି

ବିଶ୍ୱେ ତୋଳିଅଛ ବିଶ୍ୱକବି ତୁମ୍ଭେ

ଭାରତ ସାହିତ୍ୟ ଛବି l


ଜନଗଣ ମନ ଅଧିନାୟକ କବିନ୍ଦ୍ର

ରବୀନ୍ଦ୍ର ସାହିତ୍ୟାକାଶେ

କୋଟି ସୂର୍ଯ୍ୟ ସମ ସାହିତ୍ୟ କୁସୁମ

ଭବେ ତେଜ ପରକାଶେ l


କାବୁଲିଵାଲା ହେ ମିନି ଉପହାରେ

ଭରିଛ କାବୁଲି ପେଡ଼ି

କବିତା, ନାଟକ, ଗଳ୍ପ, ଉପନ୍ୟାସ

କେଡ଼େ ଯତନେ ସଜାଡ଼ି l


ବୀଣାପାଣିଙ୍କର ପଦେ ଅରପିଲ

ଗୀତମୟ ଗୀତାଞ୍ଜଳୀ

ଏକଲା ଚାଲରେ ଏକଲା ଚାଲରେ

ଧରି ମାତା ଅର୍ଘ୍ୟ ଥାଳି l


କବି, ଦାର୍ଶନିକ, ସାହିତ୍ୟ ସାଧକ

ଚିତ୍ରକର ହେ ମହାନ

ଚିତ୍ରିତ ବିଶ୍ୱରେ ବିଚିତ୍ର କବି ହେ

କବିଗୁରୁ ମହୀୟାନ l


ଗୁଣ ଚିହ୍ନିଥାଏ ଗୁଣିଆଁ ସିନା ସେ

ସୁନାକୁ ଚିହ୍ନେ ବଣିଆଁ

ମୋହନକୁ ମହାତମା କରିଦେଲ

ତୁମ ମହତ ପଣିଆଁ l


ଡ଼ାକଵାଲା ଆସି ଗୋରା ରାଇଜରୁ

ଚିଠିଟିଏ ଦେଇଗଲା

ଲଫାପା ଭିତରେ ବିଶ୍ୱ ପରିଚୟ

ନୋବେଲ ସମ୍ମାନ ଥିଲା l


ବିଶ୍ୱେ ପ୍ରଚାରଇ ଭାରତ ଭାରତୀ

କିରତୀ ବିଶ୍ୱ ଭାରତୀ

ହେ ବିଶ୍ୱ ବନ୍ଦନ କବି ଅଗ୍ରଗଣ୍ୟ

ତୁମ୍ଭ ଚରଣେ ପ୍ରଣତି ।


Rate this content
Log in

Similar oriya poem from Inspirational