ବିଶ୍ୱାସ
ବିଶ୍ୱାସ
ଆକାଶ ବିଶାଳ ନାହିଁ ଥଳକୂଳ
ବିଶ୍ୱାସ ରହିଛି ତହିଁ
ଆକାଶ ପଥରେ ପଥଚାରୀ ଗଲେ
ଅନୁକୂଳ କରିଥାଇ।
ବିପଦ ନ ଭୋଗିବାକୁ
ବିରାଟ ଆକାଶ ପରେ ସେ ବିଶ୍ୱାସ
କର୍ମେ ସୁଫଳ ମିଳଇ ।
ଅଗଭୀର ଜଳ ସମୁଦ୍ର ତା ନାମ
ନୀଳ ନଭ ସମ ରୂପ
ଗର୍ଭରେ ତାହାର ହୀରାମୋତି ସମ
ରଖିଛି ରତ୍ନ ଅମାପ
ଜଳପଥରେ ପଥିକ
ନିର୍ଭୟରେ ଯାତ୍ରା କରିଥାଏ ଆଶ୍ରା
ବିଶ୍ୱାସେ କର୍ମ ସାର୍ଥକ ।।
ଆସୁ ଘୋର ଝଡ଼ ଅବା ବାତ୍ୟା ମାଡ଼
ତମସା ଭରା ଅନ୍ଧାର
ସବୁଜ ବନାନୀ ନିଏ ଚିତ୍ତ କିଣି
ପ୍ରକୃତି ରୂପ ସମ୍ଭାର
ଔଷଧିରେ ଭରପୁର
ବୈଦ୍ୟ କବିରାଜ ବିଶ୍ୱାସେ ଗମନ
ତୁଟୁକା ସଂଗ୍ରହ ସାର ।।
ହିଂସ୍ର ଜନ୍ତୁ ସିଏ ନବୁଝଇ ଭାବ
ନପାରଇ କଥା କହି
ନାମ ବ୍ୟାଘ୍ର ସିଂହ ଭଲ୍ଲୁକ ତକ୍ଷକ
ନର ବିଶ୍ୱାସ କରଇ
ତା ସାଥିରେ ଭାବ ଥାଇ
ସେନେହ ମମତା ବୁଝେ ଆଚରଣ
ବନ୍ଧୁ ଭାବେ ଚଳୁଥାଇ ।।
ବିଶ୍ୱାସ ଏମିତି ଜାଣେ ତା ଯେମିତି
ଅବିଶ୍ୱାସ ସ୍ଥଳେ ନର
ମନଭୁଲା ଚିତ୍ତଚୋରା ଅଭିନୟ
ବଦଳଇ ବାରବାର
ସୁଯୋଗ ସେ ସରଳର
ସମୟ ପଡିଲେ ଫେରିଆସେ ନିଜ
ପ୍ରକାଶ ଥାଏ ରୂପର ।।
ଅଶାନ୍ତ ମଳୟେ ବହୁରୂପୀ ମେଳେ
ଅଣନିଃଶ୍ୱାସୀ ଲାଗଇ
ଏଣ୍ଡୁଅ ତ ତା'ର ରଙ୍ଗ ବଦଳାଏ
ମଣିଷ ବଦଳି ଥାଇ
କଥା ଏକ ରୂପ ଅନେକ
ଚେତିଯାଅ ମୋର ସରଳ ପ୍ରାଣୀ ହେ
ସାବଧାନ ରୂପୀ ଦେହୀ ।।।