ବିରହୀ
ବିରହୀ
ବହୁତ ମନେ ପଡେ
ତୁମ ହସହସ ମୁହଁ
ଆଉ ନୀଳ ରଙ୍ଗ ଆଖି
ତୁମ ମିଠା କଥା
ଆଉ ସବୁ ତୁମ ସ୍ମୃତି ।।
ପାଖେ ମୋର ରହିଥିଲ
ଦେଇ ସୁଖ ସରଗର
ଚାଲିଗଲ ପର କରି
କେଉଁ ଅପରାଧେ ମୋର ।।
ଫଗୁଣ ଯାଇଛି ରୁଷି
ଶ୍ରାବଣ ମୋ ସାଥି
ପୂର୍ଣ୍ଣିମା ବି ଲାଗେଆଜି
ଅମାବାସ୍ୟା ରାତି ।।
କେମିତି କହିବି ତୋତେ
ଝୁରେ କେତେ ମନ
ତୋ ବିନା ପାହେନା ରାତି
ସରେ ନାହିଁ ଦିନ ।।

