ବିରହ ବେଦନା
ବିରହ ବେଦନା
ବିରହ ବେଦନା ସହି ହୁଏନା,
ଦିଏ ସେ ମନେ ଅନେକ ଯାତନା,
କୁଞ୍ଜ ବନେ ଏକା ବସିଛି ମଉନେ ରାଧା,
ଗୋପପୁର ଲାଗେ ଶୂନ୍ୟ, କଳା କୃଷ୍ଣ ବିନା।
ଯମୁନା ଝୁରୁଛି, ଝୁରୁଛନ୍ତି ଗୋପ ଲଳନା,
କହ୍ନେଇ ବିରହେ, ବ୍ରଜଭୂମି ଲାଗେ ଶ୍ରୀହୀନା,
ଗୋପାଳ ବାଳକେ କାହ୍ନା ବିରହେ ହୁଅନ୍ତି ଆନମନା,
ଗୋପପୁର ଲାଗେ ତପ୍ତ ମରୁବାଲି, ଯେବେଠୁ ଯାଇଛି କାହ୍ନା।
ମୂରଲୀ ଗାଉଛି ବିରହ ରାଗିଣୀ ନନ୍ଦସୂତ ବିନା,
ଯଶୋଦା ନୟନୁ ଝରୁଛି ଲୋତକ କୃଷ୍ଣ ବିନା,
ମୟୂରଚୂଳିଆ ମଥୁରା ଯାଇଛି,ଝୁରୁଛନ୍ତି ନନ୍ଦରାଜା,
କାହ୍ନାର ନିକ୍ବଣ ଗୁଞ୍ଜନ ଗୋପ ପୁରେ ଆଉ ଶୁଭେନା ।
କୃଷ୍ଣଙ୍କ ବିରହେ କଦମ୍ବ ମୂଳେ କାନ୍ଦଇ ଏକା ଏକା ରାଧିକା ,
ବିରହ ବେଦନା ଏମନ୍ତ ଦହୁଛି ହୃଦ, ରାଧିକା ସହିପାରେ ନା।
#ଚତୁର୍ଥ ମହାସପ୍ତାହ, ଚତୁର୍ଦ୍ଦଶ ପଦୀ କବିତା